ମନ୍ତ୍ରୀଙ୍କ ପୁଅକୁ ମିଳିଲାନି ଜାମିନ
ମନ୍ତ୍ରୀଙ୍କ ପୁଅକୁ ମିଳିଲାନି ଜାମିନ
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ ଲଖିମପୁର ଖେରୀ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଖାରଜ ଆବେଦନର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସର୍ବୋଚ୍ଚ ନ୍ୟାୟାଳୟ ଆଶିଷ ମିଶ୍ରାଙ୍କ ଜାମିନକୁ ରଦ୍ଦ କରିଛନ୍ତି। ଆଶିଷଙ୍କୁ ବେଲ ମିଳିବା ପରେ ତଦନ୍ତ ପ୍ରଭାବିତ ହେବା ନେଇ ଆଶଙ୍କା ବଢିବା ସହ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରି ଜାମିନ ଖାରଜ ପାଇଁ ଆବେଦନ କରିଥିଲେ ମୃତ ଚାଷୀଙ୍କ ପରିବାର । ଜାମିନ ରଦ୍ଦ କରିବା ସହ ସପ୍ତାହେ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
୨୦୨୧ ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରୀରେ କୃଷକ ଆନ୍ଦୋଳନ ଜାରି ରହିଥିବାବେଳେ ଆନ୍ଦୋଳନରତ କୃଷକଙ୍କ ଉପରେ ମନ୍ତ୍ରୀ ଅଜୟ ମିଶ୍ରା ଟେନୀଙ୍କ ପୁଅ ଆଶିଷ ମିଶ୍ରା ଗାଡି ଚଢାଇ ଦେଇଥିବା ଅଭିଯୋଗ ହୋଇଥିଲା । ପରେ ପୋଲିସ ତଦନ୍ତରେ ମଧ୍ୟ ଆଶିଷ ଗାଡିରେ ଥିବା ନେଇ ପ୍ରମାଣ ମିଳିବା ପରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିଲା । ଏହି ଘଟଣାରେ ଚାଷୀଙ୍କ ସମେତ ମୋଟ ୮ଜଣ ପ୍ରାଣ ହରାଇଥିବାବେଳେ ଏକାଧିକ ଆହତ ମଧ୍ୟ ହୋଇଥିଲେ ।ଏସଆଇଟି ଘଟଣାର ତଦନ୍ତ ଜାରି ରଖିଛି ।




admin 