ଚୀନ ବଜାରରେ ବଜ୍ରକାପ୍ତା ଓ ବାଦୁଡ଼ି ବିକ୍ରି

ଚୀନ ବଜାରରେ ବଜ୍ରକାପ୍ତା ଓ ବାଦୁଡ଼ି ବିକ୍ରି

ଚୀନ ବଜାରରେ ବଜ୍ରକାପ୍ତା ଓ ବାଦୁଡ଼ି ବିକ୍ରି
ନୂଆଦିଲ୍ଲୀ: ଏପଟେ କରୋନା ସଂକ୍ରମଣ ବୃଦ୍ଧି ଘଟାଇ ଚାଲିଥିବା ବେଳେ ଚୀନ ରାସ୍ତାରେ ବାଦୁଡ଼ି ଓ ବଜ୍ରକାପ୍ତାଙ୍କ ବିକ୍ରି ବୃଦ୍ଧି ପାଇ ଚାଲିଛି । ଚୀନର ଏପରି ଉଦ୍ୟମକୁ ବୈଜ୍ଞାନିକମାନେ ସମାଲୋଚନା କରିଛନ୍ତି । ବଜ୍ରକାପ୍ତା ଶରୀରରୁ କରୋନା ଭୂତାଣୁ ସୃଷ୍ଟି ହୋଇଛି । ହୁବଇ ପ୍ରଦେଶର ଜଣେ ବ୍ୟକ୍ତି ଓ ବଜ୍ରକାପ୍ତା ମାଂସ ଖାଇ କରୋନା ଶିକାର ହୋଇଥିବା ଜଣାପଡ଼ିଥିଲା । ମହାମାରୀ ପୂର୍ବରୁ ଯେପରି ଥିଲା ଏବେ ବି ଚୀନରେ ସେଇ ଅବସ୍ଥା ଲାଗି ରହିଛି । ତେବେ କେତେକ ସ୍ଥାନରେ ବଜ୍ରକାପ୍ତା ଓ ବାଦୁଡ଼ି ମାଂସ ବିକ୍ରି କରାଯିବା ପୁନଃ ମହାମାରୀକୁ ଆମନ୍ତ୍ରଣ କରିବା ସଦୃଶ ବୋଲି କେତେକ ବୈଜ୍ଞାନିକ ଚେତାଇ ଦେଇଛନ୍ତି । ବୁହାନ ପ୍ରଦେଶର ସି ଫୁଡ ମାର୍କେଟ’ କରୋନାର କେନ୍ଦ୍ରସ୍ଥଳ ମନେ କରାଯାଉଥିଲା । କିଛି ଦିନ ପାଇଁ ଚୀନ ସରକାର ଏହି ମାର୍କେଟକୁ ବନ୍ଦ କରି ଦେଇଥିଲେ । ଏବେ ପୁନଃ ଏହି ମାର୍କେଟ ଖୋଲାଯାଇଥିବା ଜଣାପଡ଼ିଛି ।