ଚିକିତ୍ସାଧିନ ଅବସ୍ଥାରେ କଏଦୀଙ୍କ ମୃ ମୃତ୍ୟୁ
ଚିକିତ୍ସାଧିନ ଅବସ୍ଥାରେ କଏଦୀଙ୍କ ମୃ ମୃତ୍ୟୁ
କୋରାପୁଟ : କୋରାପୁଟ ଜେଲରେ ସଜା କାଟୁଥିବା ଜଣେ କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସକାଳେ ମୃତ୍ୟୁ ଘଟିଛି। ସେ ହେଲେ ମାଲକାନାଗିରି ଜିଲ୍ଲାର ରୁପା ପାଙ୍ଗି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହେଇଥିଲା। ଏନେଇ ଜେଲର ଲଲାଟେନ୍ଦୁ ଦାସ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, କିଡନୀ ଜନିତ ରୋଗରେ ରୁପା ପାଙ୍ଗି ଗତ ୨୬ ନଭେମ୍ବରରୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ଏକ ହତ୍ୟା ମାମଲାରେ ସେ ଏଠାରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ।




admin 