ଟ୍ରକ ତଳେ ଚାପି ହୋଇଗଲେ ବାପା ପୁଅ

ଟ୍ରକ ତଳେ ଚାପି ହୋଇଗଲେ ବାପା ପୁଅ

ଟ୍ରକ ତଳେ ଚାପି ହୋଇଗଲେ ବାପା ପୁଅ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନମ୍ବର୍ ଜାତୀୟ ରାଜପଥର ବଡ଼ଘାଟିରେ ଆଜି ଭୋର୍‌ରୁ ଏକ ମାଲ୍ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ଏହାତଳେ ଚାପି ହୋଇ ବାଇକ୍‌ରେ ଥିବା ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ ପୁରୁଷୋତ୍ତମପୁର ବ୍ଲକ୍ ସମା ବଜରଙ୍ଗସାହିର ବାବୁଲା ପ୍ରଧାନ(୪୫) ଓ ତାଙ୍କ ପୁଅ ରାକେଶ ପ୍ରଧାନ(୨୦)। ଉଭୟ ବାପାପୁଅ କାମ କରିବା ପାଇଁ ଭୋର୍‌ରୁ ବାଇକ୍ ଯୋଗେ ଭେଜିପୁଟ ଯାଉଥିବା ବେଳେ ବଡ଼ଘାଟିଠାରେ ଉକ୍ତ ମାଲ୍ ବୋଝେଇ ଟ୍ରକ୍‌ଟି ଓଲଟିପଡ଼ି ତାଙ୍କ ବାଇକ୍‌ ଉପରେ ପଡ଼ିଥିଲା। ପ୍ରବଳ କୁହୁଡ଼ି ଯୋଗୁଁ ସେମାନେ ଟ୍ରକ୍ ତଳେ ଚାପି ହୋଇ ଯାଇଥିବା କେହି ଜାଣିପାରି ନଥିଲେ। ଖବର ପାଇ ପୁଲିସ୍ ସେଠାରେ ପହଞ୍ଚିଥିଲେ ହେଁ ଗାଡ଼ିଟିକୁ ଛିଡ଼ା କରାଇବା ପାଇଁ ତତ୍ପରତା ଦେଖାଇ ନଥିଲେ। ପରେ ଟ୍ରକ୍‌ରେ ମାଲ୍ ନେଉଥିବା ବ୍ୟବସାୟୀ କିଛି ଶ୍ରମକଙ୍କୁ ଲଗାଇ ମାଲ୍ ଖଲାସ କରି ପାର୍ଶ୍ବରେ ରଖୁଥିବା ସମୟରେ ଟ୍ରକ୍‌ ତଳେ ଏକ ବାଇକ୍ ଚାପି ହୋଇଥିବା ଜଣା ପଡ଼ିଥିଲା।

ଏହାପରେ ପୁଲିସ ତୁରନ୍ତ ଟ୍ରକ୍‌ଟିକୁ ଉଠାଇବା ପାଇଁ ଉଦ୍ୟମ କରିଥିଲା। କିନ୍ତୁ, ବହୁତ ପୂର୍ବରୁ ବାପା ପୁଅଙ୍କର ମୃତ୍ୟୁ ହୋଇ ସାରିଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।