ଚଳିତ ବର୍ଷ ରଥଯାତ୍ରାରେ ଗଜପତି ମହାରାଜ କରିବେ ଛେରାପହଁରା

ଚଳିତ ବର୍ଷ ରଥଯାତ୍ରାରେ ଗଜପତି ମହାରାଜ କରିବେ ଛେରାପହଁରା

ପୁରୀ: ଚଳିତ ବର୍ଷ ରଥଯାତ୍ରାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରାପହଁରା କରିବେ । ନିଜେ ଗଜପତି ମହାରାଜ ଦିବ୍ୟସିଂହ ଦେବ ସ୍ପଷ୍ଟ କରିଛନ୍ତି । ଗଜପତି କହିଛନ୍ତି, ‘ଚଳିତ ବର୍ଷ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେଉଛି । ସଂକ୍ରମଣ ରୋକିବା ଦିଗରେ ଆମେ ସହଯୋଗ କରିବା ଦରକାର । ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ନାନଯାତ୍ରାକୁ ଛେରାପହଁରା ପାଇଁ ଆସିପାରିନଥିଲି । କିନ୍ତୁ ରଥଯାତ୍ରାକୁ ଆମେ ପ୍ରମୁଖ ସ୍ଥାନ ଦେଇଛୁ । ଏଣୁ ଚଳିତ ବର୍ଷ ରଥଯାତ୍ରାରେ ମୁଁ ଛେରାପହଁରା ପାଇଁ ଯିବି ।’ ଯଦି ମହାପ୍ରଭୁଙ୍କ ଆଶୀର୍ବାଦ ଥାଏ, ତେବେ ବାହୁଡ଼ା ଯାତ୍ରାରେ ବି ଛେରା ପହଁରା କରିବି ବୋଲି ଗଜପତି ମହାରାଜ କହିଛନ୍ତି । ସୂଚନା ଯୋଗ୍ୟ କୋଭିଡ ସଂକ୍ରମଣ ପାଇଁ ଗତବର୍ଷ ରଥଯାତ୍ରା ବି ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା । ଗତବର୍ଷ ସ୍ନାନଯାତ୍ରାରେ ଗଜପତି ଛେରା ପହଁରା କରିନଥିଲେ । ଗଜପତିଙ୍କ ବଦଳରେ ନୂଆ ମୁଦିରସ୍ତ ଛେରା ପହଁରା କରିଥିଲେ ।