ଚର୍ଚ୍ଚାରେ ଶେହନାଜ ଗିଲ୍
ଚର୍ଚ୍ଚାରେ ଶେହନାଜ ଗିଲ୍
ମୁମ୍ବାଇ: ଏବେ କିଛି ନା କିଛି କାରଣ ଯୋଗୁ ପ୍ରାୟତଃ ଚର୍ଚ୍ଚାରେ ରହୁଛନ୍ତି ପଞ୍ଜାବର କ୍ୟାଟ୍ରିନା କୈଫ୍ ଶେହନାଜ ଗିଲ୍। ନିଜ ଫଟୋ ସେୟାର କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଶେହନାଜ୍। ଏହା ବ୍ୟତୀତ ଗତ କିଛି ଦିନ ହେଲାଣି ସେ ନିଜ ଡେବ୍ୟୁକୁ ନେଇ ମଧ୍ୟ ଲାଇମ୍ଲାଇଟ୍ରେ ରହିଥିଲେ। ଶେହନାଜ୍ ଗିଲ ସଲମାନ୍ଙ୍କ ଫିଲ୍ମ ‘କଭି ଇଦ୍ କଭି ଦିଓ୍ଵାଲି’ରେ ଡେବ୍ୟୁ କରୁଥିବା ନେଇ କୁହାଯାଉଥିଲା। କିନ୍ତୁ ସୋମବାର ସନ୍ଧ୍ୟାରେ ଖବର ଆସିଲା ଯେ ସଲମାନ୍ ଖାନ୍ ଶେହନାଜ୍ଙ୍କୁ ନିଜ ଫିଲ୍ମରୁ ବାହାର କରି ଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ମାନେ ବେଶ୍ ଦୁଃଖୀ ହୋଇଯାଇଥିଲେ। ଅନ୍ୟପଟେ ଏବେ ଶେହନାଜ୍ ଏକ ପୋଷ୍ଟ ସେୟାର କରି ଏହି ଖବରକୁ ଗୁଜବ ବୋଲି କହିଛନ୍ତି।
ଶେହନାଜ ନିଜ ଇନ୍ଷ୍ଟାଗ୍ରାମ୍ରେ ଷ୍ଟୋରୀରେ ପୋଷ୍ଟ ସେୟାର କରି ଲେଖିଛନ୍ତି- ଏଭଳି ଗୁଜବ ଗତ ସପ୍ତାହେ ହେଲା ମୋ ମନୋରଞ୍ଜନ କରୁଛି। ମୁଁ ଲୋକଙ୍କୁ ଫିଲ୍ମ ଓ ସେଥିରେ ମୋତେ ଦେଖିବାକୁ ଆଉ ଅପେକ୍ଷା କରିପାରୁନି।
ଗତକାଲି କୁହାଯାଉଥିଲା ଯେ ଶେହନାଜ ଗିଲ୍ ସଲମାନ୍ ଖାନ୍ଙ୍କୁ ସୋସିଆଲ ମିଡିଆରେ ଅନ୍ଫଲୋ କରିଦେଇଛନ୍ତି। ଏଣୁ ଚର୍ଚ୍ଚା ହେଉଥିଲା ଯେ ସଲମାନ୍ ଶେହନାଜ୍ଙ୍କୁ ଫିଲ୍ମରୁ ବାହାର କରିବା ପରେ ସେ ତାଙ୍କୁ ଅନ୍ଫଲୋ କରିଛନ୍ତି।




admin 