ଘରେ ମନିପ୍ଲାଣ୍ଟ୍ ଲଗାଉଥିଲେ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ

ଘରେ ମନିପ୍ଲାଣ୍ଟ୍ ଲଗାଉଥିଲେ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ

ଘରେ ମନିପ୍ଲାଣ୍ଟ୍ ଲଗାଉଥିଲେ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ

ବର୍ତ୍ତମାନ ପ୍ରାୟ ଲୋକ ନିଜ ଘରେ ମନିପ୍ଲାଣ୍ଟ ଲଗାଉଛନ୍ତି । ଲୋକମାନଙ୍କ ମନରେ ଧାରଣା ରହିଛି, ମନିପ୍ଲାଣ୍ଟ ଲଗାଇବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି ହେବା ସହ ଘରକୁ ଧନ ଆସିଥାଏ । କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ , ଯଦି ଘରେ ମନି ପ୍ଲାଣ୍ଟକୁ ସଠିକ ଦିଗରେ ଲଗା ନଯାଏ, ତେବେ ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।

-ଯେତେବେଳେ ଘରେ ମନି ପ୍ଲାଣ୍ଟ ଲଗାଉଛନ୍ତି, ସର୍ବଦ ଘରର ଅଗ୍ନି କୋଣରେ ଲଗାନ୍ତୁ । ଏହି ଦିଗରେ ଲଗାଇବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ବଢିଥାଏ ।

-ମିନପ୍ଲାଣ୍ଟକୁ କେବେବି ଉତ୍ତର ପୂର୍ବ ଦିଗରେ ରଖନ୍ତୁ ନାହିଁ ।  ଉତ୍ତର ଦିଗର ପ୍ରତିନିଧି ଦେବଗୁରୁ ବୃହସ୍ପତି ଥାଆନ୍ତି । ଶୁକ୍ର ଓ ବୃହସ୍ପତି ମଧ୍ୟରେ ଶତ୍ରୁ ସମ୍ପର୍କ ରହିଥାଏ । ତେଣୁ ଏହି ଦିଗରେ ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ଘରେ ନକରାତ୍ମକତା ବୃଦ୍ଧି ପାଇଥାଏ ।

- ଯେଉଁ ମନିପ୍ଲାଣ୍ଟ ଗଛର ପତ୍ର ଭୂମିକୁ ଛୁଇଁଥାଏ ତାହା ଘରର ସୁଖ ଏବଂ ସମୃଦ୍ଧିରେ ବାଧା ଦେବା ସହିତ ସଫଳତାରେ ବାଧା ସୃଷ୍ଟି କରିଥାଏ । ଏହା ସହିତ ମନିପ୍ଲାଣ୍ଟର ଯେଉଁ ପତ୍ର ଶୁଖିଯାଇଥାଏ ତାକୁ ଫୋପାଡି ଦେବା ଉଚିତ୍ କାରଣ ଏହା ପରିବାରରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ ।