ଗଡ଼ିବ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍

ଗଡ଼ିବ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍

ଗଡ଼ିବ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍

ନୂଆଦିଲ୍ଲୀ: ସଂସଦରେ ୨୦୨୨-୨୩ ଆର୍ଥôକ ବର୍ଷ ପାଇଁ ବଜେଟ ଉପସ୍ଥାପନ ଜାରି ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରୁଛନ୍ତି। ଦେଶରେ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍ ଗଡ଼ିବ ବୋଲି ଅର୍ଥମନ୍ତ୍ରୀ ବଜେଟ୍‌ ଉପସ୍ଥାପନ ସମୟରେ ଘୋଷଣା କରିଛନ୍ତି। ସେହିପରି ୧୦୦ ଗତିଶକ୍ତି କାର୍ଗୋ ଟ୍ରେନ୍‌ ଚଳାଚଳ କରିବ। ଏହା ସହିତ ଖୁବ୍‌ଶୀଘ୍ର ଭାରତୀୟ ଜୀବନ ବୀମାରେ ଆଇପିଓ (ଓଚଙ) ଇନିସିଆଲ୍‌ ପବ୍ଲିକ୍‌ ଅଫରିଂ ଯୋଜନା କରାଯିବ। କୃଷକମାନେ ଯେପରି ଡ୍ରୋନ୍‌ ବ୍ୟବହାର କରିବେ ସେଥିପ୍ରତି ଗୁରୁତ୍ବ ଦିଆଯିବ। ସେହିପରି ଅର୍ଗାନିକ୍‌ ଫାର୍ମିଂ ଉପରେ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ଏକ ଫଣ୍ଡ ନାବାର୍ଡ ଜରିଆରେ କରାଯିବ ବୋଲି କୁହାଯାଇଛି। ଛୋଟ କୃଷକଙ୍କ ପାଇଁ ରେଳରେ ସୁବିଧା ରହିବ ବୋଲି ବଜେଟ୍‌ରେ ବଡ଼ ଘୋଷଣା କରାଯାଇଛି। କୀଟନାଶକ ଔଷଧ ପ୍ରୟୋଗ ପାଇଁ ଡ୍ରୋନ୍‌ ବ୍ୟବହାର କରାଯିବ। ତେଲ ଓ ତେଲ ସଂପର୍କିତ ଉତ୍ପାଦ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯିବ। ଫଳ ଓ ପରିବା କୃଷକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ବ୍ୟବସ୍ଥା ରହିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।