ଏଲ୍ଆଇସିରେ ଆସିବ ଆଇପିଓ
ଏଲ୍ଆଇସିରେ ଆସିବ ଆଇପିଓ
ନୂଆଦିଲ୍ଲୀ: ସଂସଦରେ ୨୦୨୨-୨୩ ଆର୍ଥôକ ବର୍ଷ ପାଇଁ ବଜେଟ ଉପସ୍ଥାପନ ଜାରି ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଛନ୍ତି। ଭାରତୀୟ ଜୀବନ ବୀମାରେ ଖୁବ୍ ଶୀଘ୍ର ଆଇପିଓ (ଓଚଙ) ଇନିସିଆଲ୍ ପବ୍ଲିକ୍ ଅଫରିଂ ଯୋଜନା କରାଯିବ। ଏହା ସହିତ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍ ଚଲିବ ବୋଲି ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ ସମୟରେ ଘୋଷଣା କରିଛନ୍ତି। ପିଏମ୍ ଗତିଶକ୍ତି ଯୋଜନାରେ ଅଧିକ ଅର୍ଥ ବିନିଯୋଗ କରାଯିବ। କୃଷକ ଡ୍ରେନ୍ ବ୍ୟବହାର କରାଯିବ। ଏହାଦ୍ବାରା ଚାଷୀମାନେ ଉପକୃୃତ ହୋଇପାରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେହିପରି ଅର୍ଗାନିକ୍ ଫାର୍ମିଂ ଉପରେ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ଏକ ଫଣ୍ଡ ନାବାର୍ଡ ଜରିଆରେ କରାଯିବ ବୋଲି କୁହାଯାଇଛି। ଛୋଟ କୃଷକଙ୍କ ପାଇଁ ରେଳରେ ସୁବିଧା ରହିବ ବୋଲି ବଜେଟ୍ରେ ବଡ଼ ଘୋଷଣା କରାଯାଇଛି। ୧୦୦ ଗତିଶକ୍ତି କାର୍ଗୋ ଟ୍ରେନ୍ ଚଳାଚଳ କରିବ।
ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ।




admin 