ଗୁଲାବରେ ଜନ୍ମ ନେଲା ଶିଶୁ ପୁତ୍ର

ଗୁଲାବରେ ଜନ୍ମ ନେଲା ଶିଶୁ ପୁତ୍ର

ଗୁଲାବରେ ଜନ୍ମ ନେଲା ଶିଶୁ ପୁତ୍ର


ଆସିକା: ଯେତେବେଳେ ଗୁଲାବ ବାତ୍ୟା ମାଡ଼ି ଆସିଥିଲା ଦକ୍ଷିଣ ଓଡ଼ିଶାକୁ । ସେତିକି ବେଳେ ଆସିକା ଏସଡିଏଚ ଡାକ୍ତରଖାନାରେ ଜନ୍ମ ନେଲା ଶିଶୁ ପୁତ୍ରଟିଏ । ବାହାରେ ବାତ୍ୟାର ଭୟ ଥିବାବେଳେ ଡାକ୍ତରଖାନାରେ ପରିବାରରେ ଖେଳିଯାଇଥିଲା ଆନନ୍ଦ । ଗଞ୍ଜାମ ଧରାକୋଟ ଅଂଚଳର ରିଙ୍କିଲତା ବେହେରା ଏହି ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ବାତ୍ୟା ଆସୁଥିବାରୁ ପ୍ରଭାବିତ ହେବାକୁ ଥିବା ସବୁ ଜିଲ୍ଲାରେ ଗର୍ଭବତୀ ମହିଳାଙ୍କୁ ଆଗୁଆ ହସ୍ପିଟାଲ ନିଆଯାଇଥିଲା । ରିଙ୍କିକୁ ମଧ୍ୟ ହସ୍ପିଟାଲରେ ରଖାଯାଇଥିଲା । ଏହି ସମୟରେ ସେ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି । ଏହି ଖୁସି ଖବର ପାଇବା ପରେ ଏସଆରସି ପ୍ରଦୀପ କୁମାର ଜେନା, ଗଞ୍ଜାମ ଜିଲ୍ଲାପାଳ, ଡିଆରଡିଏ ପ୍ରମୁଖ ରିଙ୍କିକୁ ଅଭିନନ୍ଦନ ଜଣାଇଛନ୍ତି । ଉଭୟ ପିଲା ଓ ମା’ର ଶୁଭ କାମନା କରିଛନ୍ତି ।