ଗୁଣି ସନ୍ଦେହ; ମୁଣ୍ଡ କାଟି ଜଙ୍ଗଲରେ ପୋତିଦେଲେ

ଗୁଣି ସନ୍ଦେହ; ମୁଣ୍ଡ କାଟି ଜଙ୍ଗଲରେ ପୋତିଦେଲେ

ଗୁଣି ସନ୍ଦେହ; ମୁଣ୍ଡ କାଟି ଜଙ୍ଗଲରେ ପୋତିଦେଲେ

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅଧୀନ ବାଣିଆ ପଞ୍ଚାୟତ ବି.ନୂଆପଲ୍ଲୀ ଗ୍ରାମର ଯୁଧିଷ୍ଠିର ପ୍ରଧାନ (୬୦) ରବିବାର ଅପରାହ୍ନରେ ସାଇକେଲରେ ଆଲିପୁର ଗ୍ରାମକୁ ଯାଇ ନୂ୍ଆପଲ୍ଲୀ ଫେରୁଥିବା ସମୟରେ ହଠାତ୍ ନିଖୋଜ ହୋଇଯାଇଥିଲେ। ପରିବାରବର୍ଗ ବହୁ ଖୋଜାଖୋଜି କରି ବି ତାଙ୍କୁ ଠାବ କରିପାରି ନଥିଲେ । ଗୁଣିଗାରେଡ଼ିକୁ ନେଇ ଯୁଧିଷ୍ଠିରଙ୍କ ଉପରେ ଗାଁର କିଛି ଲୋକ ସନ୍ଦେହ କରିଆସୁଥିଲେ । ଫଳରେ କିଛି ଅଘଟଣର ଆଶଙ୍କା କରି ଯୁଧିଷ୍ଠିରଙ୍କ ସାନଭାଇ ଥାନାରେ ଏତଲା ଦେବାପରେ ପୁଲିସ ଛାନଭିନ୍ ଆରମ୍ଭ କରିଥିଲା । ଗାଁର କିଛି ଲୋକଙ୍କୁ ଆଣି ଜେରା କରିଥିଲା । ସେମାନଙ୍କ ବୟାନ ଆଧାରରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଯୁଧିଷ୍ଠିରଙ୍କୁ ଆକ୍ରିମଣ କରି ହତ୍ୟା କରିବା ପରେ ଶବକୁ ପୋତି ଦିଆଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଯୁଧିଷ୍ଠିରଙ୍କୁ ହତ୍ୟା କରିବା ପରେ ଗାଁ ଠାରୁ ୨୦୦ ମିଟର ଜଙ୍ଗଲରେ ଗାତ ଖୋଳି ପୋତି ଦିଆଯାଇଥିଲା । ଗାତ ନିକଟରେ ପୁଲିସ ମୁତୟନ ହୋଇଥିବାବେଳେ ଆଜି ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବକୁ ବାହାର କରାଯିବ ବୋଲି ଖଲ୍ଲିକୋଟ ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ଓ ସେକେଣ୍ଡ ଅଫିସର ଅମ୍ବିକା ବେଣିଆ କହିଛନ୍ତି। ପୁଲିସ ଏହି ଘଟଣାରେ ୩ ମହିଳାଙ୍କ ସମେତ ୫ଜଣଙ୍କୁ ଅଟକ ରଖିଛି।