ଗୁଡ୍‌ ନ୍ୟୁଜ୍‌ ଦେଲେ ଆଲିଆ

ଗୁଡ୍‌ ନ୍ୟୁଜ୍‌ ଦେଲେ ଆଲିଆ

ଗୁଡ୍‌ ନ୍ୟୁଜ୍‌ ଦେଲେ ଆଲିଆ

ମୁମ୍ବାଇ: ଗୁଡ୍‌ ନ୍ୟୁଜ୍‌ ଦେଲେ ଆଲିଆ ଭଟ୍ଟ । ବାପା ହେବେ ରଣବୀର କପୁର । ବଲିଉଡର କପୁର ପରିବାର ପାଇଁ ଖୁସି ଖବର । ଏନେଇ ଆଲିଆ ଭଟ୍ଟ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଖୁବ୍‌ ଶୀଘ୍ର ସେମାନଙ୍କର ବେବି ଆସିବାକୁ ଯାଉଛି । ସେ ଏବଂ ରଣବୀର ଖୁବ୍‌ ଶୀଘ୍ର ଦୁଇରୁ ୩ ହେବାକୁ
ଏହି ଖବର ପରେ ଆଲିଆ ଏବଂ ରଣବୀରଙ୍କ ଫ୍ୟାନ୍ସମାନେ ଖୁବ୍‌ ଖୁସି ହୋଇଯାଇଛନ୍ତି । ଆଲିଆଙ୍କ ପୋଷ୍ଟ ଭାଇରାଲ୍‌ ହେବାରେ ଲାଗିଛି । ବିଭିନ୍ନ ମହଲରୁ ଦୁହିଁଙ୍କୁ ଶୁଭେଚ୍‌ଛାର ସୁଅ ଛୁଟିଛି ।

ପ୍ରକାଶ ଥାଉକି, ଚଳିତ ବର୍ଷ ଏପ୍ରିଲ ୧୪ରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ହୋଇଥିଲା । ବିବାହର କିଛି ମାସ ମଧ୍ୟରେ ଦୁଇ ଷ୍ଟାର ଦମ୍ପତି ଗୁଡ୍‌ ନ୍ୟୁଜ୍‌ ଦେଇଛନ୍ତି । ଏହି ଖବର ପରେ ଉଭୟ କପୁର ଓ ଭଟ୍ଟ ପରିବାରରେ ଖୁସିର ଲହରି ଖେଳିଯାଇଛି ।