ଗୁଜୁରାଟ ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ

ଗୁଜୁରାଟ ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ

ଗୁଜୁରାଟ ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ
ଗୁଜୁରାଟ: ଗୁଜୁରାଟ ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ବିଜୟ ରୂପାନି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ସେ ଅସୁସ୍ଥ ହୋଇପଡ଼ିଥିବାବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ଟେଷ୍ଟ ପରେ ସେ ପଜିଟିଭ ଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ଗୁଜୁରାଟରେ ଆଉ କିଛି ଦିନ ପରେ ହେବ ନଗରପାଳିକା ନିର୍ବାଚନ। ଏଥିପାଇଁ ଗୁଜୁରାଟରେ ଜମୁଛି ପ୍ରଚାର। ହେଲେ ରବିବାର ଏକ ପ୍ରଚାର ସଭାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ବେଳେ ହଠାତ୍‌ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ମଞ୍ଚରେ ଭାଷଣ ଦେବା ବେଳେ ହଠାତ୍‌ ମୁଣ୍ଡ ବୁଲାଇବ ସହିତ ଅଚେତ୍‌ ହୋଇ ତଳେ ପଡ଼ି ଯାଇଥିଲେ ବିଜୟ ରୂପାନୀ। ପରେ ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।