ଜାଣନ୍ତୁ ଏହି ତାରିଖରୁ ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କୁ କୋଭିଡ ଟିକାକରଣ

ଜାଣନ୍ତୁ ଏହି ତାରିଖରୁ ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କୁ କୋଭିଡ ଟିକାକରଣ

ଜାଣନ୍ତୁ ଏହି ତାରିଖରୁ ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କୁ କୋଭିଡ ଟିକାକରଣ
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧ ତାରିଖରୁ ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କୁ କୋଭିଡ ଟିକାକରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ବୈଷୟିକ ମୁଖପାତ୍ର ପ୍ରଫେସର ଜୟନ୍ତ ପଣ୍ଡା । ସେ କହିଛନ୍ତି ଯେ, ମାର୍ଚ୍ଚ ୧ରୁ ବରିଷ୍ଠ ନାଗରିକମାନଙ୍କୁ କୋଭିଡ ଟିକାକରଣ କରାଯିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସେହି ଅନୁସାରେ ୫୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାକରଣ କରାଯିବ । ବରିଷ୍ଠ ନାଗରିକଙ୍କ ରେଜିଷ୍ଟ୍ରେସନ କରାଯାଇ ଟିକାକରଣ କରାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଡୋଜ ଟିକାଦାନ ଅବଧି ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଏପର୍ଯ୍ୟନ୍ତ ଶତ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକା ନେଇ ନାହାଁନ୍ତି । ଜିଲ୍ଲା ସ୍ତରରେ କମ ପ୍ରତିଶତ ସ୍ୱାସ୍ଥକର୍ମୀ ଟିକା ନେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ଆରମ୍ଭ ହୋଇଥିବା ପ୍ରଥମ ଡୋଜ ଟିକାଦାନ ଅବଧି ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ ଯେଭଳି ଶତପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦାନ ହେବ । ସେନେଇ ଦୃଷ୍ଟିଦେବାକୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲ୍ଲାପାଳ ଓ ମହାନଗର କମିଶନରଙ୍କୁ ଏକ ନିଦେ୍ର୍ଧଶନାମା ଜାରି କରିଛନ୍ତି ।