ଭଲ ଖବର : ରାଜ୍ୟରେ ଆଉ ୩୩୦୩ ଆକ୍ରାନ୍ତ ସୁସ୍ଥ
ଭଲ ଖବର : ରାଜ୍ୟରେ ଆଉ ୩୩୦୩ ଆକ୍ରାନ୍ତ ସୁସ୍ଥ
admin
Sep 2, 2020 - 13:58
Updated: Sep 2, 2020 - 13:58
ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୩୩୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୮୪୦୭୩ରେ ପହଞ୍ଚିଛି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ କଟକରୁ ୬୫୦, ଖୋର୍ଦ୍ଧାରୁ ୪୯୩, ଯାଜପୁରରୁ ୨୧୩, ଗଞ୍ଜାମରୁ ୨୦୯, ରାୟଗଡାରୁ ୧୮୫, ସମ୍ବଲପୁରରୁ ୧୭୨, କୋରାପୁଟରୁ ୧୪୯, ପୁରୀରୁ ୧୨୮, ନୟାଗଡରୁ ୧୨୫, ମୟୁରଭଞ୍ଜରୁ ୧୦୪, କେନ୍ଦୁଝରରୁ ୯୦, ସୁନ୍ଦରଗଡରୁ ୮୭, ଅନୁଗୁଳରୁ ୮୦, ବାଲେଶ୍ୱରରୁ ୭୯, ମାଲକାନଗିରିରୁ ୭୬, କନ୍ଧମାଳରୁ ୫୫, ଭଦ୍ରକରୁ ୪୯, ଜଗତସିଂହପୁରରୁ ୪୯, ବଲାଙ୍ଗୀରରୁ ୪୭, ଗଜପତିରୁ ୩୭, ବରଗଡରୁ ୩୫, ନୂଆପଡାରୁ ୩୫, ନବରଙ୍ଗପୁରରୁ ୩୪, ଢେଙ୍କାନାଳରୁ ୩୨, କେନ୍ଦ୍ରାପଡାରୁ ୩୦, ସୋନପୁରରୁ ୨୫, କଳାହାଣ୍ଡିରୁ ୧୪, ଝାରସୁଗୁଡାରୁ ୧୩ ଏବଂ ଦେବଗଡରୁ ୮ ଜଣ ଆକ୍ରାନ୍ତ ରହିଛନ୍ତି । ରାଜ୍ୟରେ ବୁଧବାର ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯ ହଜାର ୭୮୦ ରହିଥିବା ବେଳେ ଏହା ମଧ୍ୟରୁ ୮୪୦୭୩ ଜଣ ସୁସ୍ଥ ହୋଇଛନ୍ତି ।