ଗାନ୍ଧି ମୂର୍ତ୍ତି ତଳେ ବିଜେଡି ଦେଲା ଧାରଣା
ଗାନ୍ଧି ମୂର୍ତ୍ତି ତଳେ ବିଜେଡି ଦେଲା ଧାରଣା
ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନ। ଦ୍ଵିତୀୟ ଦିନରେ ସେହି ସମାନ ସ୍ଥିତି ଦେଖିବାକୁ ମିଳିଛି। ଆଜି ବିଧାନସଭା ଆରମ୍ଭରୁ ବିଜେପି ଓ କଂଗ୍ରେସ ସଭ୍ୟମାନେ ହୋହାଲ୍ଲା କରିଥିଲେ। ମମିତା ମେହେର ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭା ଗୃହକୁ ପୁରେଇ ନଦେବା ପାଇଁ, ଆଜି ଗୃହ ଆରମ୍ଭରୁ ବିଜେପି ସଭ୍ୟମାନେ ଗୃହ ମଝିକୁ ଆସି ପୋଷ୍ଟର, ବ୍ୟାନର ଦେଖାଇ ହୋହାଲ୍ଲା କରିଥିଲେ।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଏହାପରେ ଗାନ୍ଧି ମୂର୍ତ୍ତି ତଳେ ବିରୋଧୀଙ୍କୁ କାଉଣ୍ଟର କରି ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଗ୍ୟାସ ଦର ବୃଦ୍ଧିକୁ ପ୍ରତିବାଦ କରି ଧାରଣା ଦେଇଛନ୍ତି।




admin 