ଶ୍ରୀମନ୍ଦିର ସୁରକ୍ଷାରେ ଆଇନ ଉଲଙ୍ଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଶ୍ରୀମନ୍ଦିର ସୁରକ୍ଷା ସବ କମିଟି ପ୍ରଥମ ବୈଠକ ପୁରୀ ଭକ୍ତ ନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି |

ସିଂହଦ୍ୱାର ପୋଲିସ ନବୀକରଣ, ଶ୍ରୀଜଗନ୍ନାଥ ସ୍ୱତ୍ରନ୍ତ୍ର ବାଟାଲିୟନ ନିର୍ମାଣ, ଆଉଟ ପୋଷ୍ଟ ନିର୍ମାଣ ସମେତ ବ୍ୟାଗେଜ ସ୍କାନର ସ୍ଥାପନ ଓ ସିସିଟିଭି କଣ୍ଟ୍ରୋଲ ରୁମ ପରିଚାଳନା ନେଇ ବିଶେଷ ପଦକ୍ଷେପ ନିଆଯିବ l ଡିଜିସିଏ ଦ୍ୱାରା ଶ୍ରୀମନ୍ଦିର ରେଡ ଜୋନ ଘୋଷଣା ହୋଇସାରିଥିବାବେଳେ ଶ୍ରୀମନ୍ଦିର ଆଇନରେ ସଂଶୋଧନ କରାଯାଇ ନିୟମ ଉଲଂଘନ କାରୀଙ୍କ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିଵା ନେଇ ବୈଠକରେ ମତ ପ୍ରକାଶ ପାଇଥିଲା | ଶ୍ରୀମନ୍ଦିର ପରିଚାଳନା କମିଟିର ସୁରକ୍ଷା ସବ କମିଟିର ପ୍ରଥମ ବୈଠକରେ ଗିରିଶଚନ୍ଦ୍ର ମୁର୍ମୁ ଅଧକ୍ଷତା କରିଥିଲେ | ଶ୍ରୀମନ୍ଦିର ଭିତରେ ମୋବାଇଲ ନେଇ କଟକଣାକୁ କଡାକଡି ଭାବେ ପାଳନ କରାଯିବା ସହ ଆଇନ ଉଲଙ୍ଘନ କାରୀଙ୍କ ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ ପାଇଁ ବୈଠକରେ ଆଲୋଚନା ହୋଇଥିଲା l
ସେହିପରି ପ୍ରତିଦିନ ଶ୍ରୀମନ୍ଦିର ଦ୍ୱାର ପିଟା ଠାରୁ ଆରମ୍ଭ କରି ରାତ୍ରପହୁଡ଼ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଓ ମନ୍ଦିରରେ ସିସିଟିଭି ଦ୍ୱାରା ତୀକ୍ଷ୍ଣ ନଜର ରଖିବା ନେଇ ବ୍ୟବସ୍ତା ଗ୍ରହଣ କରାଯିବ l ଦୋଳବେଦୀ ଠାରେ ଅବାଧ ପାର୍କିଙ୍ଗ ହଟାଯିବା ସହ ମନ୍ଦିରର ଆବର୍ଜନା କୁଣ୍ଡକୁ ତାର ଜାଳିରେ ଘେରାଉ କରାଯିବ l ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟି କୋଣରୁ ଅଧିକ ସୁଦୃଢ ନେଇ ଶ୍ରୀମନ୍ଦିର ଆଇନରେ ମଧ୍ୟ ସଂଶୋଧନର ବ୍ୟବସ୍ତା ଗ୍ରହଣ କରାଯାଉଥିବା ଜିଲ୍ଲାପାଳ ମତ ରଖିଛନ୍ତି l ଦେଶର ଅନ୍ୟ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଦେଖି ପୁରୀରେ ମଧ୍ୟ ସୁରକ୍ଷାକୁ ନେଇ ପଦକ୍ଷେପ ଗ୍ରହଣ କରିବାକୁ ସେବାୟତ ବୈଠକରେ ମତବ୍ୟକ୍ତ କରିଥିଲେ l




Jagannath Nayak 