ନବଯୌବନ ଦର୍ଶନ ଆଜି

ନବଯୌବନ ଦର୍ଶନ ଆଜି

ନବଯୌବନ ଦର୍ଶନ ଆଜି
ପୁରୀ:ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ । ଅଣସର ଘରେ ଥିବା ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ୧୪ ଦିନ ପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂତି । ଆଜି ମହାପ୍ରଭୁ ଭକ୍ତଙ୍କୁ ନବଯୌବନ ଦର୍ଶନ ବେଶରେ ଦର୍ଶନ ଦେବେ । ଆଜି ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି ଭକ୍ତ । ଆଜି ଦିନ ୨ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ପରିମାଣିକ ଦର୍ଶନ ହେବ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପରିମାଣିକ ଟିକେଟ୍ କରିଥିବା ଭକ୍ତମାନେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ ଓ ଉତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । ସର୍ବସାଧାରଣ ଦର୍ଶନ ପାଇଁ ସିଂହଦ୍ୱାର ଦେଇ ପ୍ରବେଶ ଓ ଉତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । ନବଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିର ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ନୀତି ନିର୍ଘଂଟ କରାଯାଇଛି । ମଙ୍ଗଳବାର କେବଳ ୨ ଘଂଟା ପାଇଁ ନବଯୌବନ ଦର୍ଶନର ସୁଯୋଗ ମିଳିବ ।