ଖୁଡିକୁ ଗୁଳି ମାରିଲା ପୁତୁରା
ଖୁଡିକୁ ଗୁଳି ମାରିଲା ପୁତୁରା
ସୁବର୍ଣ୍ଣପୁର: ଘରୋଇ କଳହରୁ ଫୁଟିଲା ଗୁଳି । ପୁତୁରା ଗୁଳିମାଡ଼ରେ ଖୁଡି ଗୁରୁତର ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ତରଭା ରଥପଡ଼ାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଖୁଡିକୁ ଉଦ୍ଧାର କରାଯାଇ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁଲିସର କହିବା ଅନୁଯାୟୀ, ଘରୋଇ କଳହରୁ ଏପରି ଘଟଣା ଘଟିଛି । ଏନେଇ ତଦନ୍ତ ଜାରି ରହିଛି । ତଦନ୍ତ ପରେ ସମ୍ପୂର୍ଣ୍ଣ ସତ୍ୟ ପଦାକୁ ଆସିବ ।




admin 