କୋଭିଡ ପରୀକ୍ଷଣ ଲକ୍ଷ୍ୟ ପୂରଣ ପାଇଁ ନିଜର ୧୫ ନମୁନା ଦେଲେ ଡାକ୍ତର

କୋଭିଡ ପରୀକ୍ଷଣ ଲକ୍ଷ୍ୟ ପୂରଣ ପାଇଁ ନିଜର ୧୫ ନମୁନା ଦେଲେ ଡାକ୍ତର

କୋଭିଡ ପରୀକ୍ଷଣ ଲକ୍ଷ୍ୟ ପୂରଣ ପାଇଁ ନିଜର ୧୫ ନମୁନା ଦେଲେ ଡାକ୍ତର
ମଥୁରା : ଦେଶରେ ସ୍ୱାସ୍ଥ୍ୟସେବା ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ଉତ୍ତରପ୍ରଦେଶର ମଥୁରା ଜିଲ୍ଲା ଅନ୍ତର୍ଗତ ବଳଦେଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୋଭିଡ ପରୀକ୍ଷଣ ପାଇଁ ଦିଆଯାଇଥିବା ଦୈନିକ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଏଠାରେ ଜଣେ ହାକ୍ତର ନିଜର ନମୁନାକୁ ୧୫ ଥର ଯୋଡ଼ିବା ଘଟଣା ରୋଜକ ଚର୍ଚ୍ଚାର ବିଷୟ ହୋଇଛି । ଜଣେ ସ୍ୱାସ୍ଥ୍ୟକର୍ମୀ ଏଥିପାଇଁ ଡା.ରାଜକୁମାର ସାରସ୍ୱତଙ୍କ ସ୍ୱାବ ନମୁନାକୁ ବାରମ୍ବାର ସଂଗ୍ରହ କରି ବିଭିନ୍ନ ନକଲି ନାମରେ ପରୀକ୍ଷା ପାଇଁ ପଠାଇଥିବା ଘଟଣାର ପର୍ଦ୍ଧାଫାସ ହୋଇଛି । ଗଣମାଧ୍ୟମରେ ପ୍ରଘଟ ହେବା ଏକ ଭିଡିଓରେ ସମ୍ପୃକ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଡା.ସାରସ୍ୱତ ତାଙ୍କ ନାସା ଓ ଗଳାରୁ ପ୍ରାୟ ୧୫ ଥର ସ୍ୱାବ ନମୁନା ଦେଇଥିବା ଦେଖାଯାଇଛି । ଏପରିକି ଡାକ୍ତରଙ୍କର ଆଉ ଅଧିକ ଥର ନମୁନା ନେବାକୁ ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ବ୍ୟଗ୍ର ହେବାରୁ କାଳେ କିଛି ଅସୁବିଧା ହେବ, ସେଥିପାଇଁ ଆଉ ସେପରି ନ କରିବାକୁ ଅନ୍ୟ ଜଣେ ସ୍ୱାସ୍ଥ୍ୟକର୍ମୀ ପରାମର୍ଶ ଦେଇଥିବା ଉକ୍ତ ଭିଡିଓରୁ ଜଣାପଡ଼ିଛି । ତେବେ ସମ୍ପୃକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଦୈନିକ ୧୫୦୦ ନମୁନା ପରୀକ୍ଷଣ ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଏପରି କରିବା ଲାଗି ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ବାଧ୍ୟ କରୁଥିବା ଅନ୍ୟ ଜଣେ ଡାକ୍ତର ଅଭିଯୋଗ ଆଣିଛନ୍ତି । ଏଥିରୁ ଦେଶର ବାସ୍ତବ କୋଭିଡ ଚିତ୍ର କେତେ ଭରସା ଯୋଗ୍ୟ ତାହା ସହଜରେ ଅନୁମେୟ ବୋଲି ବୁଦ୍ଧିଜୀବୀମାନେ କଟାକ୍ଷ କରିଛନ୍ତି ।