କେ-୧ ଲାଇଭର ‘ହାପିୱାଲା ରଜ’
କେ-୧ ଲାଇଭର ‘ହାପିୱାଲା ରଜ’
ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଦୁନିଆର ରଜ ବଜାରରେ ଚହଳ ପକାଇବାକୁ ଆସିଯାଇଛି ନୂଆ ଗୀତ । କେ-୧ ଲାଇଭ ପ୍ରଯୋଜିତ ‘ଆଇଲାରେ ରଜ’ ସଙ୍ଗୀତ ଏବେ ବଜାରରେ ନିଆଁ ଲଗାଇଛି । ରଜ ପରମ୍ପରା ସାଙ୍ଗକୁ ଆଧୁନିକତାର ଛାପ ପାଇବେ ଏ ଗୀତରେ । ଗୀତକୁ ଗାଇଛନ୍ତି ଓଡ଼ିଆ ସଙ୍ଗୀତ ଜଗତର ବାଦଶାହ ହୁ୍ୟମାନ ସାଗର ଆଉ ୟୁଥ ଆଟ୍ରାକସନ ମୋନାଲି ମଧୁସ୍ମିତା । ବେଶ୍ ହୃଦୟଛୁଅାଁ ଏ ଗୀତକୁ ରଚନା କରିଛନ୍ତି ପ୍ରସିଦ୍ଧ ଗୀତିକାର ଡଃ ନିର୍ମଳ ନାୟକ । ଏହାକୁ ସଙ୍ଗୀତ ଧୁନରେ ସଜାଇଛନ୍ତି ସଙ୍ଗୀତକାର ବିରଜା ପ୍ରସାଦ ।
ଗୀତଟା ଆରମ୍ଭ ହୋଇଛି ହାପିୱାଲା ରଜ ଡାକରୁ । ଏଥିରେ ରଜ ପାନ, ଦୋଳି, ରଜ ଶାଢ଼ୀ, ସଜବାଜ କଥା ବି କୁହାଯାଇଛି । ରୋମାଣ୍ଟିକ ଛୁଙ୍କ ସହ ରଜର ପାରମ୍ପରିକ ଧୁନ ବି ରହିଛି ଏ ଗୀତରେ । ଆଶା କରାଯାଉଛି, ସବୁ ଥର ଭଳି ଏଥର ବି କେ-୧ ଲାଇଭ ପକ୍ଷରୁ ପ୍ରସ୍ତୁତ ଏ ମୁ୍ୟଜିକି ଭିଡିଓ ବେଶ୍ ସଫଳତା ହାସଲ କରିବ ଓ ସଙ୍ଗୀତ ପ୍ରେମୀଙ୍କ ମନ ଜିଣିବ । ପୂର୍ବରୁ ସମସ୍ତ ଓଡ଼ିଆ ପର୍ବପର୍ବାଣୀରେ କେ-୧ ଲାଇଭ ପକ୍ଷରୁ ମୁ୍ୟଜିକି ଭିଡିଓ ରିଲିଜ କରାଯାଇଛି । ଯାହାକି ସଙ୍ଗୀତ ଦୁନିଆରେ ଅନେକ ରେକର୍ଡ କରିବା ସହ ଲୋକଙ୍କ ମନ ପସନ୍ଦ ହୋଇପାରିଛି ।




admin 