ଆଜି ଶରତଙ୍କ ଅଭିଷେକ
ଆଜି ଶରତଙ୍କ ଅଭିଷେକ
ଭୁବନେଶ୍ୱର: ପିସିସି ସଭାପତି ଭାବେ ଆଜି ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିବେ ଶରତ ପଟ୍ଟନାୟକ । ଶରତଙ୍କ ସ୍ୱାଗତ ପାଇଁ କଂଗ୍ରେସ ମେଗା କାର୍ଯ୍ୟକ୍ରମ ଆୟୋଜନ କରିଛି । ଶରତଙ୍କୁ ରାଲି କରି ବିମାନବନ୍ଦରରୁ ନିଆଯାଇଛି କଂଗ୍ରେସ ଭବନ । ଏପଟେ କଂଗ୍ରେସ ଭବନରେ ଶରତଙ୍କ ରାଜଭିଷେକ ପାଇଁ ବ୍ୟାପକ କାର୍ଯ୍ୟକ୍ରମ କରାଯାଇଛି । ଦଳର ସବୁ ବରିଷ୍ଠ ନେତା ଏଥିରେ ଉପସ୍ଥିତ ରହିବେ ବୋଲି ଜଣାଯାଇଛି । ଗତକାଲି ଶରତ ରାହୁଲଙ୍କୁ ଭେଟିଥିଲେ ଦିଲ୍ଲୀରେ । ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଦେବା ଜରିଆରେ ଦଳ ଶକ୍ତି ପ୍ରଦର୍ଶନ କରିବ । ହାଇକମାଣ୍ଡଙ୍କଠାରୁ ଗୁରୁମନ୍ତ୍ର ନେଇ ନୂଆ ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ଓଡ଼ିଶା ଫେରିବେ । ତାଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ କଂଗ୍ରେସ ନେତା ଓ କର୍ମୀ ଏକାଠି ହେଉଛନ୍ତି । ବିମାନବନ୍ଦରରୁ ବିରାଟ ଶୋଭାଯାତ୍ରାରେ ପିସିସି ସଭାପତିଙ୍କୁ କଂଗ୍ରେସ ଭବନ ଯାଏ ନିଆଯାଇ ସମ୍ବର୍ଦ୍ଧନା ଦିଆଯିବ । ଖୁବଶୀଘ୍ର ନୂଆ ଟିମ୍ ଗଠନ ସହ ୨୦୨୪ ନିର୍ବାଚନ ପାଇଁ ତୃଣମୂଳ ସ୍ତରରୁ ପ୍ରସ୍ତୁତ ହେବ କଂଗ୍ରେସ ।




admin 