କେମିତି କରିବେ ବାସ୍ତୁଦୋଷର ପ୍ରତିକାର
କେମିତି କରିବେ ବାସ୍ତୁଦୋଷର ପ୍ରତିକାର
admin
May 16, 2021 - 09:43
Updated: May 16, 2021 - 09:43
ଯେଉଁ ସ୍ଥାନରେ ଗୃହ ନିର୍ମାଣ କରୁଛନ୍ତି ସେହି ସ୍ଥାନରେ ଯଦି ପଥରରେ ପୂର୍ଣ୍ଣ ହୋଇଥାଏ ତେବେ ଗୃହରେ ବାସ କରୁଥିବା କର୍ତ୍ତାଙ୍କୁ ଦାରିଦ୍ରତା ଭୋଗ କରିବାକୁ ହେବ । ତେଣୁ ଘର ନିର୍ମାଣ କରିବା ପୂର୍ବରୁ ପଥରକୁ ବାହାର କରି ଦିଅନ୍ତୁ । ନୂଆ ମାଟି ପକାଇ ଭୂମିକୁ ସମତଳ କରିଦିଅନ୍ତୁ । ଏହା ଦ୍ୱାରା ବାସ୍ତୁ ଦୋଷ ଖଣ୍ଡନ ହେବ ।
ନିର୍ମିତ ହୋଇଥିବା ଗୃହର ଭୂମିରେ ଛୋଟ ଅଥବା ବଡ଼ ହେଉ ଗର୍ତ୍ତଥିଲେ ସେହି ଗୃହର ପୁତ୍ରମାନେ ମିଥ୍ୟାବାଦୀ ହୋଇଥାଆନ୍ତି । ଗୃହର ଭୂମିରେ ଥିବା ଗର୍ତ୍ତଗୁଡ଼ିକ ମାଟି କିମ୍ବା ବାଲି ଦ୍ୱାରା ପୂରଣ କରନ୍ତୁ । ଦୋଷ କଟିବ ।
ନଦୀକୂଳରେ ଗୃହ କରି ବାସ କରିବ ନାହିଁ । ଏହା ବାସ୍ତୁଦୋଷ ଘଟାଇଥାଏ । ଏହା ଦ୍ୱାରା କର୍ତ୍ତାଙ୍କର ପୁତ୍ର ମୂର୍ଖ ହୋଇଥାଏ ଓ ସନ୍ତାନହାନି ଯୋଗ ହୁଏ । ଘରର ସ୍ଥାନ ପରିବର୍ତ୍ତନ କରି ଉତ୍ତମ ବାସ୍ତୁ ଦୋଷ ବିହୀନ ଭୂମିରେ ଗୃହ ନିର୍ମାଣ କରନ୍ତୁ ।
ବକ୍ର କିମ୍ବା ଅତି ବକ୍ର ଭୂମି ଉପରେ ଗୃହ ନିର୍ମାଣ କରି ସେହି ଗୃହରେ ବାସ କଲେ ଗୃହରେ ଜନ୍ମିତପୁତ୍ର ମୂର୍ଖ ହୋଇଯାଏ । ଏପରି ଭୂମିକୁ ଚୌରସ କରିବାକୁ ହେବ ।
ଯେ କୌଣସି ଧୂର୍ତ୍ତ ଲୋକର ପାଖରେ ଗୃହ ନିର୍ମାଣ କରି ରହିଲେ ପୁତ୍ରର ଅବନତି ଘଟିଥାଏ । ଏଥିଲାଗି ସ୍ଥାନ ପରିବର୍ତ୍ତନ ଆବଶ୍ୟକ ।
କୌଣସି ଚାରିଛକଠାରେ ଗୃହ ନିର୍ମାଣ କରି ବାସ କଲେ ଗୃହକର୍ତ୍ତାଙ୍କର କୀର୍ତ୍ତିନାଶ ହୋଇଥାଏ । ଏଥିଲାଗି ସ୍ଥାନ ପରିବର୍ତ୍ତନ ଲୋଡ଼ା ।
କୌଣସି ଦେବ ମନ୍ଦିରକୁ ଲାଗି କରି ଗୃହ ନିର୍ମାଣ କରିବେ ନାହିଁ । କାରଣ ଏହି ବାସ୍ତୁଦୋଷ ହେତୁ ଗୃହରେ ଉଦ୍ବେଗ ପ୍ରକାଶ ପାଇଥାଏ । ଏଥିପାଇଁ ମନ୍ଦିର ଓ ଘରକୁ ବାଦ୍ ଦେଇ ସର୍ବସାଧାରଣ ଲୋକଙ୍କ ନିମନ୍ତେ ଆଉ ଏକ ରାସ୍ତା ନିର୍ମାଣ କରିବେ । ଯଦି ଏହା ସମ୍ଭବ ନହେବ ତାହାହେଲେ ସେହି ସ୍ଥାନକୁ ତ୍ୟାଗ କରିଦେବ ।