କେକେଙ୍କ ସୋ’ରେ କ’ଣ ହୋଇଥିଲା

କେକେଙ୍କ ସୋ’ରେ କ’ଣ ହୋଇଥିଲା

କେକେଙ୍କ ସୋ’ରେ କ’ଣ ହୋଇଥିଲା

କୋଲକତା : ବଲିଉଡ଼ ସିଙ୍ଗର କେକେଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।  ଏସବୁ ଭିତରେ ପଶ୍ଚିମବଙ୍ଗ ବିଜେପି ଏକ ସଂଗୀନ ଅଭିଯୋଗ କରିଛି  । କେକେଙ୍କ ମୃତୁ୍ୟ ପାଇଁ ବିଜେପି ମମତା ସରକାରଙ୍କୁ ଦାୟୀ କରିଛି । ବିଜେପି ଉପସଭାପତି ଦିଲ୍ଲୀପ ଘୋଷ କହିଛନ୍ତିଯେ, ଯେଉଁ ଅଡ଼ିଟୋରିୟମରେ କେକେ ଷ୍ଟେଜ ସୋ’ କରୁଥିଲେ ସେହି ହଲରେ ଦୁଇଗୁଣା ଲୋକ ଉପସ୍ଥିତ ଥିଲେ ।

ଅଡ଼ିଟୋରିୟମରେ ଏସି ବି ଲାଗିନଥିଲା  । ପ୍ରବଳ ଗରମ ଓ ଭିଡ଼ ଭିତରେ ଲଗାତର ୪ ଘଂଟା ଧରି କେକେ ସଂଗୀତ ପରିବେଷଣ କରିଥିଲେ  । ଯେଉଁଥିପାଇଁ ସେ ଝାଳନାଳ ହୋଇ ହଠାତ ଅସୁସ୍ଥ ହୋଇପଡ଼ିଥିଲେ  । ଅଣନିଃଶ୍ୱାସୀ ହୋଇପଡ଼ୁଛନ୍ତି ବୋଲି ସେ ବାରବାର କହିଥିଲେବି ଆୟୋଜକମାନେ ବିକଳ୍ପ ବ୍ୟବସ୍ଥା କରିନଥିଲେ  । ଫଳରେ ସୋ’ ସରୁ ସରୁ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ପରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିଲା  । ପୋଷ୍ଟମର୍ଟମ ରିପୋର୍ଟରୁ ହୃଦଘାତରେ ତାଙ୍କର ପରଲୋକ ହୋଇଛି ବୋଲି ସ୍ପଷ୍ଟହୋଇଛି  । ତଥାପିବି ବିଜେପି ମମତା ସରକାରଙ୍କୁ ଟାର୍ଗେଟ କରିବା ସହ ଯାଂଚ କରିବାକୁ ଦାବି କରିଛି  ।

ଷ୍ଟେଜ ସୋ’ ସରିବା ପରେ କେକେ ହୋଟେଲ ରୁମକୁ ଆସିଥିଲେ  । ତାଙ୍କ ସହ ସେଲଫି ନେବାକୁ ବହୁ ପ୍ରଶଂସକଙ୍କର ଭିଡ଼ ଲାଗିଥିଲା  । କିନ୍ତୁ ସେ ଏତେ ଅଣନିଃଶ୍ୱାସୀ ହୋଇଯାଇଥିଲେ ଯେ, ପ୍ରଶଂସକଙ୍କ ସହ ସେଲଫି ଉଠାଇ ନଥିଲେ  । ସେ ଲବିରୁ ଉପର ମହଲାକୁ ଯିବା ପରେ ଆଉ ଚାଲିପାରିନଥିଲେ । ସେ ଚଟାଣରେ ପଡ଼ିଯାଇଥିଲେ। ତାଙ୍କ କପାଳର ବାମପଟେ ଓ ଓଠରେ କ୍ଷତ ସ୍ଥାନ ସୃଷ୍ଟି ହୋଇଥିବାରୁ ତାଙ୍କ ମୃତୁ୍ୟ ପଛରେ ଅନ୍ୟ କାରଣ ଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।