କେକେଙ୍କ ମୁହଁ, ମୁଣ୍ଡରେ ଲାଗିଛି ଆଘାତ!

କେକେଙ୍କ ମୁହଁ, ମୁଣ୍ଡରେ ଲାଗିଛି ଆଘାତ!

କେକେଙ୍କ ମୁହଁ, ମୁଣ୍ଡରେ ଲାଗିଛି ଆଘାତ!

କୋଲକାତା: ବଲିଉଡ୍‌ ସ୍ତବ୍ଧ। ହଠାତ୍‌ ପ୍ରସିଦ୍ଧ କଣ୍ଠଶିଳ୍ପୀ କେକେ ଓରଫ୍ କୃଷ୍ଣକୁମାର କୁନ୍ନଥଙ୍କ ମୃତ୍ୟୁ ସମସ୍ତଙ୍କୁ ହତବାକ କରି ଦେଇଛି। ସହଜରେ କେହି ଏହାକୁ ଗ୍ରହଣ କରିପାରୁ ନାହାନ୍ତି।  ମଙ୍ଗଳବାର ଏକ ଲାଇଭ କନ୍ସର୍ଟ ବେଳେ ସେ ଅସୁସ୍ଥ ହୋଇପଡିଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା। ହୃଦ୍ଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତରମାନେ କହୁଥିବା ବେଳେ ଏକ ତାଙ୍କ ମୃତ୍ୟୁକୁ ନେଇ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। କେକେଙ୍କ ମୁହଁ ଓ ମୁଣ୍ଡରେ ଆଘାତ ଲାଗିଛି। ଏହାକୁ ନେଇ ପୁଲିସ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିଛି।

ନ୍ୟୁ ମାର୍କେଟ୍ ଥାନାରେ କୋଲକାତା ପୁଲିସ ପକ୍ଷରୁ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରାଯାଇଛି। ତେବେ କେକେଙ୍କ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ପରେ ହିଁ ସ୍ପଷ୍ଟ ହେବ। ପୋଲିସର କହିବା ମୁତାବକ, କେକେଙ୍କ ମୁଣ୍ଡରେ ଓ ମୁହଁରେ ଆଘାତ ଚିହ୍ନ ରହିଛି। ତେଣୁ ତାଙ୍କ ମୃତ୍ୟୁ ସାମାନ୍ୟ ନୁହେଁ । ଏନେଇ ପୁଲିସ ସେ ରହୁଥିବା ହୋଟେଲ ମାଲିକ ଓ କର୍ମଚାରୀଙ୍କ ସହ କଲେଜ କର୍ତ୍ତୃପକ୍ଷଙ୍କୁ ପଚରାଉଚୁରା କରୁଥିବାବେଳେ ‘ଅସାମାନ୍ୟ ମୃତ୍ୟୁ ମାମଲା’ ଦାଏର କରି ଅଧିକ ତଦନ୍ତ ଚଳାଇଛି।

ସେପଟେ ପୋଷ୍ଟମର୍ଟମ ପାଇଁ ଗାୟକଙ୍କ ପରିବାର ପକ୍ଷରୁ ମଧ୍ୟ ମଞ୍ଜୁରୀ ମିଳିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ କେକେଙ୍କ ପ୍ରକୃତ ମୃତ୍ୟୁର କାରଣ କ’ଣ ତାହା ସ୍ପଷ୍ଟ ହୋଇଯିବ। ଅନ୍ୟପଟେ କେକେଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ପର୍ୟ୍ୟନ୍ତ ସବୁ କାର୍ୟ୍ୟରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମମତା।

ମେ ୩୧ ତାରିଖ ରାତିରେ ‘ମ୍ୟୁଜିକାଲ୍ କନସର୍ଟ’ରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଏହାପରେ ତାଙ୍କୁ ହୋଟେଲକୁ ଅଣାଯାଇଥିଲା। ପରେ ‘ନ୍ୟୁ ମାର୍କେଟ୍’ ଥାନା ଅନ୍ତର୍ଗତ ‘ଗ୍ରାଣ୍ଡ୍ ହୋଟେଲ୍’ରେ ସେ ଅଚେତ ହୋଇ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ତାଙ୍କୁ ମୃତାବସ୍ଥାରେ ଅଣାଯାଇଛି ବୋଲି ସେଠାକାର ଡାକ୍ତରମାନେ ଘୋଷଣା କରିଥିଲେ।

‘ଦି ଟେଲିଗ୍ରାଫ୍’ ରିପୋର୍ଟ ଅନୁସାରେ, କୋଲକାତାର ନଜ୍ରୁଲ୍ ମଞ୍ଚରେ ୨ଟି କନସର୍ଟ କରିବା ଲାଗି କେ.କେ. ଆସିଥିଲେ। ସୋମବାର ରାତିରେ ଠାକୁରପୁରର ବିବେକାନନ୍ଦ କଲେଜରେ ଏକ କନସର୍ଟ ଥିଲା। ମଙ୍ଗଳବାର ରାତିର ସେ ଉଲଟାଡଙ୍ଗାସ୍ଥିତ ଗୁରୁଦାସ ମହାବିଦ୍ୟାଳୟ ଆୟୋଜନ କରିଥିବା ବାର୍ଷିକ ସାମାଜିକ କାର୍ୟ୍ୟକ୍ରମରେ ଗୀତ ଗାଇଥିଲେ।