କେଉଁଠି ହେବ ପ୍ରଚଣ୍ଡ ଗ୍ରୀଷ୍ମ...

କେଉଁଠି ହେବ ପ୍ରଚଣ୍ଡ ଗ୍ରୀଷ୍ମ...

କେଉଁଠି ହେବ ପ୍ରଚଣ୍ଡ ଗ୍ରୀଷ୍ମ...

ନୂଆଦିଲ୍ଲୀ: ଧୀରେଧୀରେ କମୁଛି ଶୀତର ପ୍ରକୋପ । ତାପମାତ୍ରା ବୃଦ୍ଧି ପାଇବା ଯୋଗୁ, ସାମାନ୍ୟ ଗରମ ଅନୁଭୁତ ହେଉଛି । ତେବେ ଚଳିତ ବର୍ଷ ମାର୍ଚ୍ଚରୁ  ମେ’ ମାସ ପର୍ଯ୍ୟନ୍ତ ଦେଶରେ ଗ୍ରୀଷ୍ମ ପ୍ରବାହ କିଭଳି ରହିବ, ସେ ନେଇ ଗତକାଲି ଇଣ୍ଡିଆନ ମେଟ୍ରୋଲୋଜିକାଲ ଡିପାର୍ଟମେଣ୍ଟ ପକ୍ଷରୁ ସୂଚନା ମିଳିଛି । ଏବର୍ଷ କିଛି ସ୍ଥାନରେ ତାପମାତ୍ରା ବଢିବାକୁ ଥିବାବେଳେ ଆଉ କିଛି ସ୍ଥାନରେ ସାଧାରଣ ତାପମାତ୍ରା ଅନୁଭୂତ ହେବ । 
ଜମ୍ମୁ-କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ ମଣିପୁରରେ ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ରହିବ । ସେହିପରି ପଂଜାବ, ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତାମିଲନାଡୁରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେବ ବୋଲି ଆଇଏମଡି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଦକ୍ଷିଣ-ମଧ୍ୟ ଓ ଉତ୍ତର-ଦକ୍ଷିଣାଞ୍ଚଳରେ ଗ୍ରୀଷ୍ମ ପ୍ରବାହ ସର୍ବାଧିକ ରହିବ । ପୂର୍ବ ଓ ଉତ୍ତର-ପୂର୍ବରେ ରାତିବେଳା ସର୍ବାଧିକ ତାପମାତ୍ରା ଅନୁଭୂତ ହେବାକୁ ଥିବାବେଳେ ଉତ୍ତର-ଦକ୍ଷିଣ ଏବଂ ଦକ୍ଷିଣ ଭାରତରେ ଏବର୍ଷ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହେବ ବୋଲ ଆଇଏମଡି ନିଦେ୍ର୍ଧଶକ ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି ।