ଋଷ ମିଜାଇଲ ମାଡ଼ରେ ପୋଲିସ ବିଲ୍ଡିଂ ଭୁଶୁଡ଼ିଲା

ଋଷ ମିଜାଇଲ ମାଡ଼ରେ ପୋଲିସ ବିଲ୍ଡିଂ ଭୁଶୁଡ଼ିଲା

ଋଷ ମିଜାଇଲ ମାଡ଼ରେ ପୋଲିସ ବିଲ୍ଡିଂ ଭୁଶୁଡ଼ିଲା

ଖାରକିଭ୍: ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି । ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ସବୁଠି ହା ହା କାର ପରିସ୍ଥିତି । ଏହି ଯୁଦ୍ଧ ପରିସ୍ଥିତିକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି । ୟୁକ୍ରେନର ଖାରକିଭରେ ଋଷିଆର ଆକ୍ରମଣ ତୀବ୍ର ରୂପ ଧାରଣ କରିଛି । ଖାରକିଭରେ ମିଲିଟାରୀ ଏକାଡେମୀ ଓ ହସ୍ପିଟାଲ ଉପରେ ଆକ୍ରମଣ ହୋଇଛି। ଋଷ ସେନାର ମିଜାଇଲ ମାଡରେ ଖାରକିଭର ପୋଲିସ ବିଲ୍ଡିଂ ଭୁଶୁଡି ପଡିଛି । ଏହି ଆକ୍ରମଣରେ ୧୨ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ୧୧୨ଜଣ ଆହତ ହୋଇଥିବା ସୂଚନା ମିଳିଛି ।


ଅନ୍ୟପଟେ ଷ୍ଟେଟ ଅଫ ଦ ୟୁନିଅନର ଅଭିଭାଷଣ ସମୟରେ ବାଇଡେନ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଟାର୍ଗେଟ କରିଛନ୍ତି । ତେବେ ୟୁକ୍ରେନ ସଙ୍କଟକୁ ଦୃଷ୍ଟିରେ ରଖି ବାଇଡେନ ଋଷିଆ ଉପରେ ସମସ୍ତ ପ୍ରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏହିକ୍ରମରେ ଋଷିଆ ପାଇଁ ନିଜର ବାୟୁସୀମା ବନ୍ଦ କରିଛି ଆମେରିକା ।
ଜୋ ବାଇଡେନ କହିଛନ୍ତି, ଋଷ ସାରା ଦୁନିଆର ମୂଳଦୁଆକୁ ହଲାଇବାକୁ ଚେଷ୍ଟା କରିଛି  । ଯୁଦ୍ଧ କ୍ଷେତ୍ରରେ ପୁଟିନଙ୍କର ଏକ ସୁବିଧା ଥାଇପାରେ, କିନ୍ତୁ ଏଥିପାଇଁ ବହୁମୂଲ୍ୟ ହରାଇବାକୁ ପଡିବ  । ଆମେ ଋଷ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଉଛୁ  । କେବଳ ଆମେରିକା ନୁହେଁ ବିଶ୍ୱର ଅନେକ ଦେଶ ୟୁକ୍ରେନ ସହିତ ଛିଡା ହୋଇଛନ୍ତି  ।