କଲେଜ ବଦଳାଇପାରିବେ ଯୁକ୍ତ ୨ ଛାତ୍ରଛାତ୍ରୀ
କଲେଜ ବଦଳାଇପାରିବେ ଯୁକ୍ତ ୨ ଛାତ୍ରଛାତ୍ରୀ
ଭୁବନେଶ୍ୱର : ଯୁକ୍ତ୨ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ପରିବର୍ତ୍ତନ କରିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କଲେଜ ବଦଳାଇବାକୁ ଆଗ୍ରହୀ ଛାତ୍ରଛାତ୍ରୀ କେବଳ ଅନଲାଇନ ମାଧ୍ୟମରେ ୧୮ତାରିଖ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଆବେଦନ କରିପାରିବେ । ୨୦ ତାରିଖ ମଧ୍ୟରେ କଲେଜ ସ୍ଥାନାନ୍ତର ପାଇଁ ଯାଞ୍ଚ କରାଯିବ । ୧୧ରୁ ୨୧ ତାରିଖ ମଧ୍ୟରେ ଜିଲାସ୍ତରୀୟ ସାମ୍ସ ନୋଡାଲ କେନ୍ଦ୍ରରେ କାଗଜପତ୍ର ଯାଞ୍ଚ ହେବ । ୨୨ରୁ ୨୮ତାରିଖ ମଧ୍ୟରେ ନିର୍ଦେଶାଳୟ ଦ୍ୱାରା ଦରଖାସ୍ତ ଯାଞ୍ଚ କରାଯିବା ପରେ ଅନୁମତି ଦିଆଯିବ । ୨୪ରୁ ୩୦ ମଧ୍ୟରେ ଛାତ୍ରଛାତ୍ରୀ ସେମାନଙ୍କ ପସନ୍ଦ କଲେଜରେ ନାମ ଲେଖାଇ ପାରିବେ । ଅଭିଭାବକଙ୍କ ବଦଳି, ମୃତ୍ୟୁ, ଅବସର କ୍ଷେତ୍ରରେ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ପରିବର୍ତ୍ତନ କରିପାରିବେ । ଏଥିସହ ଛାତ୍ରୀଙ୍କ ବାହାଘର ଓ ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା କ୍ଷେତ୍ରରେ ମଧ୍ୟ ଶିକ୍ଷାନୁଷ୍ଠାନ ପରିବର୍ତ୍ତନ କରାଯାଇପାରିବ ।




admin 