କଲରାପତରିଆ ମୃତଦେହ ଉଦ୍ଧାର
କଲରାପତରିଆ ମୃତଦେହ ଉଦ୍ଧାର
କଟକ: ରାଜ୍ୟରେ ଥମୁନି ବାଘ ଶିକାର। ବାଘଙ୍କ ସଂଖ୍ୟା କ୍ରମେ ଲୋପ ପାଇବାକୁ ଲାଗିଥିବା ବେଳେ, ବନବିଭାଗ ଓ ପ୍ରଶାସନ ପକ୍ଷରୁ ଦେଖିବାକୁ ମିଳୁଛି ଅବ୍ୟବସ୍ଥା । ଯଦ୍ୱାରା ପୂର୍ବରୁ ବହୁ ବାଘ ଶିକାରୀକୁ ଲୁଚେଇବାକୁ ପଛଉନାହିଁ ବନ ବିଭାଗ । କଟକ ଜିଲ୍ଲା ତିଗିରିଆ ବନାଞ୍ଚଳ ଭିରୁଡ଼ା ଜଙ୍ଗଲରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଏକ ବାଘର ମୃତଦେହ ଉଦ୍ଧାର ହୋଇଛି ଯାହା ଶିକାରୀ ଫାଶରେ ପଡ଼ି ଏହି ବାଘର ମୃତୁ୍ୟ ନେଇ ଆଠଗଡ଼ ରେଞ୍ଜରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବାଘଟି କଲରା ପତରିଆ ବାଘ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ତେବେ ପ୍ରଶ୍ନ ଉଠୁଛି କେତେଦିନ ଆଉ ବନବିଭାଗ ଚୁପ ରହିବ? କେତେଦିନ ଶିକାରୀ ଏପରି ଭାବରେ ଖୁଲମଖୁଲା ବାଘ ଶିକାର କରିବ?




admin 