ଚିଲିକାରେ ଚାଲିଛି ପକ୍ଷୀ ଗଣନା
ଚିଲିକାରେ ଚାଲିଛି ପକ୍ଷୀ ଗଣନା
ଚିଲିକା: ଶୀତଦିନେ ବିଭିନ୍ନ ସ୍ଥାନରୁ ଚିଲିକାକୁ ଆସିଥାନ୍ତି ବିଦେଶୀ ପକ୍ଷୀ। ଏହି ସମୟରେ ଚିଲିକାର ଜଳବାୟୁ ଅନୁକୂଳ ଥିବାରୁ ବିଦେଶୀ ପକ୍ଷୀଙ୍କ ଭିଡ଼ ହୋଇଥାଏ। ଏଥିପାଇଁ ଚିଲିକା ରେ ବିଦେଶୀ ପକ୍ଷୀଙ୍କୁ ଦେଖିବା ପାଇଁ ପର୍ୟ୍ୟଟକଙ୍କ ଭିଡ ଲାଗିଥାଏ । ତେବେ ଚିଲିକାରେ ଆଜିଠୁ ଆରମ୍ଭ ହୋଇଛି ପକ୍ଷୀ ଗଣନା କାର୍ୟ୍ୟ । ଆଜି ସକାଳ ୬ଟାରୁ ଏହି ଗଣନା ଆରମ୍ଭ ହୋଇଛି ଓ ଏହା ଦିନ ୧୨ଟା ପର୍ୟ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ଚିଲିକାର ୫ଟି ରେଞ୍ଜ ଅଞ୍ଚଳରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଚିଲିକା ବନ୍ୟପ୍ରାଣୀ ବିଭାଗ ଅଧିନରେ ଥିବା ଟାଙ୍ଗୀ, ସାତପଡା, ନୂଆପଡା, ବାଲୁଗାଁ ଓ ରମ୍ଭା ରେଞ୍ଜର ଅଞ୍ଚଳରେ ପକ୍ଷୀ ଗଣନା ଚାଲିବ । ଏହି ପକ୍ଷୀ ଗଣନା କାର୍ୟ୍ୟରେ ୨୧ଟି ଟିମ ନିୟୋଜିତ ହୋଇଛନ୍ତି ।
ପକ୍ଷୀ ଗଣନାରେ ମୋଟ ଶହେ ଜଣ ମେମ୍ବରଙ୍କୁ ନିୟୋଜିତ କରାଯାଇଛି । ୩ଟି ଟିମ୍ ସ୍ଥଳ ଭାଗରେ ପକ୍ଷୀ ଗଣିବା ପାଇଁ ନିୟୋଜିତ ଥିବାବେଳେ ଜଳଭାଗେରେ୧୮ଟ ଟିମ୍ି ପକ୍ଷୀ ଗଣନା କରୁଛନ୍ତି । ପ୍ରତି ଟିମରେ ୪ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ବାଇନାକୁଲର, ଜିପିଏସ ମାଧ୍ୟମରେ ଦେଶୀ ଓ ବିଦେଶୀ ପକ୍ଷୀ ଗଣନା କର୍ୟ୍ୟ ଚାଲିଛି ।




admin 