ମଞ୍ଚରେ କଂଗ୍ରେସ ସାଂସଦ, ବିଜେପି ମନ୍ତ୍ରୀ ମୁହାଁମୁହିଁ

ମଞ୍ଚରେ କଂଗ୍ରେସ ସାଂସଦ, ବିଜେପି ମନ୍ତ୍ରୀ ମୁହାଁମୁହିଁ

ମଞ୍ଚରେ କଂଗ୍ରେସ ସାଂସଦ, ବିଜେପି ମନ୍ତ୍ରୀ ମୁହାଁମୁହିଁ

ବେଙ୍ଗାଲୁରୁ: ମଞ୍ଚ ବାହାରେ ବିଜେପି କଂଗ୍ରେସ ମୁହାଁମୁହିଁ ହେବାର ଉଦାହରଣ ରହିଛି। ହେଲେ ମଞ୍ଚ ଉପରେ କଂଗ୍ରେସର ଜଣେ ସାଂସଦ ଓ ବିଜେପିର ଜଣେ ମନ୍ତ୍ରୀ ପରସ୍ପରକୁ ମାଡ଼ ମାରିବାକୁ ଉଦ୍ୟତ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀଙ୍କ ଉପସ୍ଥିତିରେ ଘଟିଛି ଅଭାବନୀୟ ଘଟଣା। କର୍ଣ୍ଣାଟକାର ବିଜେପି ମନ୍ତ୍ରୀ ଓ କଂଗ୍ରେସର ସାଂସଦ ପରସ୍ପରକୁ ପିଟିବା ପାଇଁ ଆଗେଇ ଆସିଥିଲେ। ଷ୍ଟେଜ ଉପରେ ଏସବୁ ଘଟଣା ଘଟୁଥିବା ବେଳେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଉପସ୍ଥିତ ରହିଥିଲେ। ସୁରକ୍ଷାକର୍ମୀଙ୍କ ହସ୍ତକ୍ଷେପ ପରେ ଦୁଇ ନେତା ହାତାହାତି ହେବାରୁ ପଛକୁ ହଟିଥିଲେ। ଭଚ୍ଚ

ବିଆର ଆମ୍ବେଦକର ଓ କେମ୍ପେଗୌଡ଼ାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ରାମନଗର ଠାରେ ଗୋଟିଏ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ବୋମାଇଙ୍କ ସମେତ ବିଜେପି ମନ୍ତ୍ରୀ ସିଏନ ଅଶ୍ୱୌଥ ନାରାୟଣ, କଂଗ୍ରେସ ସାଂସଦ ଡିକେ ସୁରେଶ, ମନ୍ତ୍ରୀ କେ ସୁଧାକର ଓ ଅନ୍ୟ ବରିଷ୍ଠ ନେତାମାନେ ଯୋଗଦେଇଥିଲେ।

କାର୍ୟ୍ୟକ୍ରମରେ ନାରାୟଣ ଭାଷଣ ଦେବା ବେଳେ ବିରୋଧୀ କଂଗ୍ରେସକୁ ଟାର୍ଗେଟ କରି ଉତ୍ତେଜନ ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ। ଏଥିସହ କାର୍ୟ୍ୟକ୍ରମରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା କଂଗ୍ରେସ କର୍ମୀମାନଙ୍କୁ ମଧ୍ୟ ସେ ସମାଲୋଚନା କରିଥିଲେ।

ଏହା ଶୁଣି ଭାଷଣ ମଝିରେ ହିଁ କଂଗ୍ରେସ ସାଂସଦ ଡିକେ ସୁରେଶ ତାଙ୍କ ଆଡ଼କୁ ମାଡ଼ି ଯାଇଥିଲେ। ଏପରି କି ସେ ନାରାୟଣଙ୍କ ଠାରୁ ମାଇକ ଛଡ଼ାଇବାକୁ ଚେଷ୍ଟା କରିବାକୁ ଉତ୍ତେଜନା ବଢ଼ିଥିଲା। ସ୍ଥିତି ଏପରି ହୋଇଥିଲା ଯେ ଉଭୟ ନେତା ପରସ୍ପରକୁ ମାରିବା ପାଇଁ ମୁହାଁମୁହିଁ ହୋଇ ଯାଇଥିଲେ। କିନ୍ତୁ ଷ୍ଟେଜ ଉପରେ ଥିବା ଅନ୍ୟ ମନ୍ତ୍ରୀ ଓ ସୁରକ୍ଷାକର୍ମୀମାନେ ଉଭୟଙ୍କୁ ଅଟକାଇଥିଲେ।

ଏହି ଘଟଣାକୁ ବିରୋଧ କରି ସାଂସଦ ଡିକେ ସୁରେଶ ଓ ଅନ୍ୟ କଂଗ୍ରେସ କର୍ମୀମାନେ ଧାରଣାରେ ବସିଥିଲେ। ପ୍ରତିବାଦ ଜଣାଇବା ପାଇଁ କାର୍ୟ୍ୟକ୍ରମ ପରେ କଂଗ୍ରେସ କର୍ମୀମାନେ ନାରାୟଣଙ୍କ ପୋଷ୍ଟରକୁ ମଧ୍ୟ ଚିରି ଦେଇଥିଲେ। ଏହାକୁ ନେଇ ଏବେ କର୍ଣ୍ଣାଟକାରେ ଛକାପଞ୍ଝା ଲାଗି ରହିଛି।