କରୋନାକୁ ରୋକିଛି ଲକଡାଉନ, ନହେଲେ କରୋନା ନେଇଥାନ୍ତା ଏତିକି ଜୀବନ।
କରୋନାକୁ ରୋକିଛି ଲକଡାଉନ, ନହେଲେ କରୋନା ନେଇଥାନ୍ତା ଏତିକି ଜୀବନ।
admin
Apr 12, 2020 - 07:26
Updated: Apr 12, 2020 - 07:26
ଲକଡାଉନ ଓ ପ୍ରତିଷେଧକ ପଦକ୍ଷେପ ଯୋଗୁ ଦେଶରେ କରୋନା ଭାଇରସ ରୋକାଯାଇପାରିଛି । ନଚେତ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥାନ୍ତା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ଏଥିସହ ଦେଶର ପ୍ରତ୍ୟେକ ନାଗରିକ ଲକଡାଉନ ନିୟମକୁ ମାନିବାକୁ ପରାମର୍ଶ ଦେଇଛି ।
ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ କରୋନା ସମ୍ପର୍କିତ ତଥ୍ୟ ପ୍ରଦାନ କରିବାକୁ ଯାଇ କହିଛନ୍ତି ଯେ ଗତ ମାର୍ଚ୍ଚ ୨୨ ତାରିଖରେ ଜନତା କର୍ଫ୍ୟୁ ପାଳନ କରାଯିବା ସହ ୨୫ ରେ ଦେଶରେ ଲକଡାଉନ କରାଯାଇଥିଲା । ଏଥିସହ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ କଣ୍ଟେନମେଣ୍ଟ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହା ଦ୍ୱାରା କରୋନା ଭାଇରସର ସଂକ୍ରମଣକୁ ଅନେକାଂଶରେ ରୋକାଯାଇପାରିଛି । ଯଦି ଏଭଳି ପଦକ୍ଷେପ ନିଆଯାଇ ନଥାନ୍ତା ତେବେ ଦେଶରେ ଯେଉଁ ଭଳି ଭାବେ ସଂକ୍ରମଣ ମାମଲା ବଢ଼ୁଥିଲା ଏପ୍ରିଲ ୧୫ ବେଳକୁ ତାହା ୪୧% ବୃଦ୍ଧି ପାଇ ୮.୨ ଲକ୍ଷରେ ପହଞ୍ଚିଥାନ୍ତା । ଯଦି ଲକଡାଉନ ନ ହୋଇ କେବଳ କଣ୍ଟେନମେଣ୍ଟ ପଦକ୍ଷେପ ନିଆଯାଇଥାନ୍ତା ତେବେ ଏପ୍ରିଲ ୧୫ ବେଳକୁ ଏହି ସଂଖ୍ୟା ୧.୨ ଲକ୍ଷ ହୋଇଥାନ୍ତା । ଲକଡାଉନ ପୂର୍ବରୁ ଦେଶରେ ସଂକ୍ରମଣ ମାମଲା ଥିଲା ୨୭୮.୯% । ଏହାକୁ ଯଦି ଆମେ ଲକଡାଉନ ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ପରବର୍ତ୍ତୀ ସ୍ଥିତି ସହିତ ତୁଳନା କରିବା ତେବେ ଏକ ବଡ଼ ଫରକ ଦୃଷ୍ଟିଗୋଚର ହେବ । କାରଣ ଆମେ ବର୍ତ୍ତମାନ ୭୫୨୯ ରେ ସୀମିତ ରହିଛୁ । ତାହା ସମ୍ଭବ ହୋଇଛି ଲକଡାଉନ ଓ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ଯୋଗୁଁ । ଏହା ହେଉଛି ଏକ ପରିସଂଖ୍ୟାନଗତ ହିସାବ । ଭାରତୀୟ ଭେଷଜ ଅନୁସନ୍ଧାନ ପରିଷଦ (ଆଇସିଏମଆର) ପରୀକ୍ଷାରେ କୌଣସି ରିପୋର୍ଟ ଏହା ନୁହେଁ ।
ଅଗ୍ରୱାଲ କହିଛନ୍ତି ଗତ ୨୪ ଘଣ୍ଟାରେ ଦେଶରେ ୧୦୩୫ ନୂଆ ସଂକ୍ରମଣ ମାମଲା ସାମନାକୁ ଆସିଥିଲା ବେଳେ ୪୦ ଜଣ ପ୍ରାଣ ହରାଇଛନ୍ତି ।