କମିନି କରୋନା ସଂକ୍ରମଣ, ଢିଲାରେ ନେବା ଠିକ୍‌ ନୁହେଁ: ହୁ ମୁଖ୍ୟ

କମିନି କରୋନା ସଂକ୍ରମଣ, ଢିଲାରେ ନେବା ଠିକ୍‌ ନୁହେଁ: ହୁ ମୁଖ୍ୟ

କମିନି କରୋନା ସଂକ୍ରମଣ, ଢିଲାରେ ନେବା ଠିକ୍‌ ନୁହେଁ: ହୁ ମୁଖ୍ୟ

ବର୍ଲିନ: ଏବେବି କରୋନା ମହାମାରୀକୁ ଏତେ ଢିଲାରେ ନେବା ଠିକ୍ ନୁହେଁ । ଯେଭଳି ସଂକ୍ରମଣ ନହେବ ସେ ନେଇ ସମସ୍ତେ ସତର୍କ ରହିବା ଜରୁରୀ ଅଟେ । କରୋନାର କବଳରୁ ସଂପୂର୍ଣ୍ଣ ମୁକ୍ତି ପାଇବା ପାଇଁ ଜନସ୍ୱାସ୍ଥ୍ୟ ଉପକରଣକୁ ଫଳପ୍ରଦ ଭାବରେ ବ୍ୟବହାର କରିବାର ଆବଶ୍ୟକତା ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟିସସ କରୋନା ମହାମାରୀ ବିଷୟରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ ବର୍ଲିନରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଛନ୍ତି। ସେ କହିଛନ୍ତି  ପୃଥିବୀରୁ କରୋନା ମହାମାରୀ ଏପର୍ୟ୍ୟନ୍ତ ଶେଷ ହୋଇନାହିଁ ।

ଯେତେବେବେଳେ ବିଶ୍ୱ ଏ କରୋନା ମହାମାରୀକୁ ଅନ୍ତ କରିବାକୁ ଚାହିଁବ, ସେତେବେଳେ କରୋନା ମହାମାରୀର ଅନ୍ତ ଘଟିବ ଓ ଏହା ଆପଣଙ୍କ ହାତରେ ଅଛି । ଏହାର ମୁକାବିଲା ପାଇଁ ଓ ଏଥିରୁ ମୁକ୍ତି ପାଇବା ପାଇଁ ଆବଶ୍ୟକ ସମସ୍ତ ଉପକରଣ ରହିଛି । କିନ୍ତୁ ପୃଥିବୀର ବିଭିନ୍ନ ଅଞ୍ଚଳରେ ଏହି ଉପକରଣ ଗୁଡିକୁ ଭଲ ଭାବରେ ବ୍ୟବହାର କରାଯାଉନାହିଁ ।