୨୬ରେ ନବୀନ ନିବାସ ଘେରିବ ଛାତ୍ର କଂଗ୍ରେସ

୨୬ରେ ନବୀନ ନିବାସ ଘେରିବ ଛାତ୍ର କଂଗ୍ରେସ

୨୬ରେ ନବୀନ ନିବାସ ଘେରିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର: ମମିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଆସନ୍ତା ୨୬ ତାରିଖରେ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବ ବୋଲି ଚେତାବନୀ ଦେଇଛିସ। ସରକାର ମମିତାଙ୍କ ପରିବାରକୁ ଏକ କୋଟି ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଛାତ୍ର କଂଗ୍ରେସ ପକ୍ଷରୁ ଦାବି ହୋଇଛି ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜ  ଏଭଳି ଚେତାବନୀ ଦେଇଛନ୍ତି । ୟାସିର୍ କହିଛନ୍ତି ଯେ ଏହି ଜଘନ୍ୟ ହତ୍ୟା ପ୍ରସଙ୍ଗରେ ରାଜ୍ୟ ସାରା ଛାତ୍ର କଂଗ୍ରେସର ନେତା ଓ କର୍ମୀ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆନ୍ଦୋଳନ କରୁଛନ୍ତି ।

ମାତ୍ର ରାଜ୍ୟ ସରକାର ସେମାନଙ୍କ ଉପରେ ପୁଲିସ୍ ଦ୍ୱାରା ଜୁଲମ କରୁଛନ୍ତି । ରାଜ୍ୟ ସରକାର ଗଣତନ୍ତ୍ରର କଣ୍ଠରୋଧ କରନ୍ତୁ ନାହିଁ ବୋଲି ୟାସିର୍ ଚେତାବନୀ ଦେଇଛନ୍ତି । ଏନେଇଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଛାତ୍ର ସାଧାରଣ ସମ୍ପାଦକ ରଜତ ଚୌଧୁରୀ କହିଛନ୍ତି ଯେ, ଯେତେ ଚେଷ୍ଟା କଲେ ବି ରାଜ୍ୟ ସରକାର ଅପରାଧକୁ ଘୋଡ଼ାଇ ପାରିବେ ନାହିଁ । ଛାତ୍ର କଂଗ୍ରେସ ନବୀନ ନିବାସ ଭିତରକୁ ଯାଇ ତାଙ୍କର ଅନ୍ଧାକାନୁନର ପ୍ରତିବାଦ କରିବ ।