ଓଡ଼ିଶାରେ ମୃଦୁ ଭୂକମ୍ପର ଝଟ୍‌କା

ଓଡ଼ିଶାରେ ମୃଦୁ ଭୂକମ୍ପର ଝଟ୍‌କା

ଓଡ଼ିଶାରେ ମୃଦୁ ଭୂକମ୍ପର ଝଟ୍‌କା
ଭୁବନେଶ୍ବର: ଓଡିଶାରେ ମୃଦୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ରାତି ପ୍ରାୟ୨ଟା ୧୩ ମିନିଟ୍‌ରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ରହିଥିଲା । ମଧ୍ୟରାତ୍ରିରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହେଉଥିବାରୁ କେହି କେହି ଏହାକୁ ଜାଣି ପାରିନଥିବାବେଳେ ଅନ୍ୟପଟେ ଆଉ କିଛି ଲୋକ ଏହା ଅନୁଭୂତ କରିବା ସହ ଆଉ କିଛି ଘରୁ ବାହାରକୁ ପଳାଇ ଆସିଥିଲେ । କେବଳ ଓଡ଼ିଶା ନୁହେଁ ଉତ୍ତରାଖଣ୍ଡରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଓଡ଼ିଶାର ଭୂକମ୍ପ୍‌ ଝଟ୍‌କାର ୫୭ ମିନିଟ୍‌ ପରେ ଉତ୍ତରାଖଣ୍ଡର ପିଥୋରଗଡଠାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏଠାରେ ଭୋର୍‌ ୩.୧୦ ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୨,୬ ରହିଥିଲା ।