ଓମିକ୍ରନ୍କୁ ନେଇ ମୁମ୍ବାଇରେ କଟକଣା, ଜାରି ହେଲା ଧାରା ୧୪୪
ଓମିକ୍ରନ୍କୁ ନେଇ ମୁମ୍ବାଇରେ କଟକଣା, ଜାରି ହେଲା ଧାରା ୧୪୪
ମୁମ୍ବାଇ: କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ସାରା ବିଶ୍ୱରେ ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ସରକାରଙ୍କ ବିଭିନ୍ନ ପ୍ରକାର ପଦକ୍ଷପ ନେବା ପରେ ମଧ୍ୟ ସାରା ଦେଶରେ କରୋନା ଭୂତାଣୁର ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ସଂକ୍ରମଣ ବଢୁଛି । ମହାରାଷ୍ଟ୍ରରେ ସ୍ଥିତି ସାଙ୍ଘାତିକ ହେଉଥିବାରୁ ମୁମ୍ବାଇରେ ଆଜିଠାରୁ ଅର୍ଥାତ ଡିସେମ୍ବର ୩୦ରୁ ଆସନ୍ତା ଜାନୁଆରୀ ୭ ତାରିଖ ଯାଏଁ ଲାଗୁ ହୋଇଛି ୧୪୪ ଧାରା । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଏପରିକି ନୂଆବର୍ଷ ଉସôବ ପାଳନ ଉପରେ ମଧ୍ୟ କଟକଣା ଲାଗିଛି ।
ଜାରି ହୋଇଥିବା କଟକଣା ଅନୁଯାୟୀ, ଖୋଲା ସ୍ଥାନ କିମ୍ବା ହୋଟେଲରେିଁ ସେଲିବ୍ରେସନ ହୋଇପାରିବ ନାହିଁ । ସେହିପରି ହୋଟେଲ, ରେଷ୍ଟୁରାଣ୍ଟ, ବାର୍, ରିସୋର୍ଟ, କ୍ଲବରେ ମଧ୍ୟ ସେଲିବ୍ରେସନ ଉପରେ କଟକଣା ଲାଗିଛି । ଆସନ୍ତା ଜାନୁଆରୀ ୭ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ ବୋଲି ସୂଚନା ମିଳିଛି ।




admin 