ନନ୍ଦନକାନନ ଆଜିଠାରୁ ୫ ଦିନ ବନ୍ଦ

ନନ୍ଦନକାନନ ଆଜିଠାରୁ ୫ ଦିନ ବନ୍ଦ

ନନ୍ଦନକାନନ ଆଜିଠାରୁ ୫ ଦିନ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ୯ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଗକୁ ନୂଆ ବର୍ଷ ଥିବାରୁ ନନ୍ଦନକାନନରେ ଭିଡକୁ ଦୃଷ୍ଟିରେ ରଖି ନୂଆ ବର୍ଷରେ ନନ୍ଦନକାନନ ବନ୍ଦ ରଖିବାକୁୁ ନିଷ୍ପତ୍ତି ନିଆଯାଇଛି । ଆଜିଠୁ ୫ ଦିନ ବନ୍ଦ ରହିବ ନନ୍ଦନକାନନ। ଆଜିଠାରୁ ୩ ତାରିଖ ପର୍ୟ୍ୟନ୍ତ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ ବୋଲି ସୂଚନା ମିଳିଛି। ୨ ତାରିଖ ପର୍ୟ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ୩ ତାରିଖ ସୋମବାର ଛୁଟି ପଡୁଥିବାରୁ ସେଦିନ ମଧ୍ୟ ନନ୍ଦନକାନନ ବନ୍ଦ ରହିବ  । ନୂଆ ବର୍ଷ ପାଇଁ ପର୍ୟ୍ୟଟକଙ୍କ ଭିଡ ଜମୁଥିବାରୁ ପ୍ରାଣୀ ଉଦ୍ୟାନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି  ।


ଗତକାଲି ନନ୍ଦନକାନନ ପ୍ରତିଷ୍ଠା ଦିବସ ଲାଗି ନନ୍ଦନକାନନକୁ ନବବଧୂ ବେଶରେ ସଜେଇ ହୋଇଥିଲା  । ପ୍ରବେଶ ଫାଟକଠାରୁ ବିଭିନ୍ନ ଖୁଆଡ ପର୍ୟ୍ୟନ୍ତ ସୁନ୍ଦର ରଙ୍ଗିନ୍ ଫୁଲରେ ସଜ୍ଜା ଯାଇଥିଲା  । ବିଶେଷ କରି ୬ ବାଘ ଛୁଆଙ୍କ ନାମକରଣ କାର୍ୟ୍ୟକ୍ରମ ଥିବାରୁ ବାଘ ଖୁଆଡକୁ ବଡ ଆକର୍ଷଣୀୟ ଭାବେ ସଜ୍ଜା ଯାଇଥିଲା  । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ବନବାହିନୀ ମୁଖ୍ୟ ଶିଶିର କୁମାର ରଥ ମୁଖ୍ୟ ଅତିଥି ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ବନ୍ୟପ୍ରାଣୀ ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶଶୀ ପଲ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ  ।