କିସ ସିନ ପାଇଁ ୩ ଦିନ

କିସ ସିନ ପାଇଁ ୩ ଦିନ

କିସ ସିନ ପାଇଁ ୩ ଦିନ

ମୁମ୍ବାଇ: ଅମିର ଖାନ ଓ କରିସ୍ମା କପୁରଙ୍କ ଅଭିନୀତ ଫିଲ୍ମ ରାଜା ହିନ୍ଦୁସ୍ତାନୀ ମୁକ୍ତିଲାଭକୁ ୨୫ ବର୍ଷ ପୂରିବ ଆଉ କିଛି ମାସ ପରେ। ଏହି ଫିଲ୍ମର ଚୁମ୍ବନ ଦୃଶ୍ୟ ସେତେବେଳେ ବେଶ ଚର୍ଚ୍ଚାରେ ଥିଲା,ଫିଲ୍ମ ସୁପରହିଟ ହୋଇଥିଲା। ଆଜି ବି ବଲିଉଡର ଚର୍ଚ୍ଚିତ କିସିଂ ସିନ ତାଲିକାରେ ଅମୀର-କରିସ୍ମାଙ୍କ କିସିଂ ସିନ ରହିଛି।

୧୯୯୬ ମସିହାରେ ରିଲିଜ ଏ ଫିଲ୍ମର ଚୁମ୍ବନ ଦୃଶ୍ୟକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଏ ଫିଲ୍ମ ସମ୍ପର୍କରେ ଏକ ବଡ଼ ଭିତିରି ଖବର ମିଳିଛି,ଏହି ଫିଲ୍ମ ୩ ଘଣ୍ଟା ୨୦ ମିନିଟ ଅବଧିରେ ଥିଲେ ହହେଁ ଏଥିରୁ ୨୦ ମିନିଟ କାଟି ଦିଆଯାଇଥିଲା । ସେ ସମୟରେ ଲିପ ଟୁ ଲିପ କିସିଂ ଦୃଶ୍ୟ କରିବା ଅଭିନେତ୍ରୀ ତଥା କାପୁର ଖାନଦାନର ଝିଅ କରିସ୍ମାଙ୍କ ପାଇଁ ଆହ୍ୱାନମୂଳକ ନିଷ୍ପତ୍ତି ଥିଲା । ଏହି ଚୁମ୍ବନ ଦୃଶ୍ୟ ଆଜି ବି ଦର୍ଶକଙ୍କ ହୃଦୟରେ ରହିଛି । ଏହି କିସିଂ ଦୃଶ୍ୟ ସୁଟିଂ ହୋଇଥିଲା ଉଟିରେ, ସେତେବେଳେ ଫେବୃଆରୀ ମାସ ଚାଲିଥାଏ । ଭୀଷଣ ଥଣ୍ଡାରେ ଦେହ ହାତ ଥରୁଥାଏ। ଏଭଳି ହାଡ଼ଭଙ୍ଗା ଥଣ୍ଡାରେ ଓଦା ହୋଇ କିସିଂ ସିନ କରିବାର ଥିଲା, ତାହା ପୁଣି ସନ୍ଧ୍ୟା ୬ଟାବେଳେ। ନିଜେ କରିସ୍ମା ବି କହିଥିଲେ ଏହି ଦୃଶ୍ୟ କରିବାବେଳେ ଥଣ୍ଡାରେ ଦେହ ଥରି ଯାଉଥିଲା, କେମିତି ଏ ଦୃଶ୍ୟ ସରିବ ତାହା ବଡ଼ ଚିନ୍ତା ଥିଲା ।

କିଛି ମିନିଟର ଏହି ଚୁମ୍ବନ ଦୃଶ୍ୟ ସୁଟିଂ ପାଇଁ ସେତେବେଳେ ୩ ଦିନ ସମୟ ଲାଗିଥିଲା । ଏହା ପରେ ଆଉ କୌଣସି ଫିଲ୍ମରେ କରିସ୍ମା ଲିପ କିସ ସିନ କରିନାହାନ୍ତି। ଯଦିଓ ଅମୀର ପରେ ବି କିସ ସିନ ଦୃଶ୍ୟ କରିଛନ୍ତି। ମେଲା, ଥ୍ରୀ ଇଡିଅଟ୍ସ ଭଳି ଫିଲ୍ମରେ ଅମୀର କିସିଂ ସିନ କରିଛନ୍ତି ।