ଅଜବ ଫ୍ରାନ୍ସର ଗଜବ କାହାଣୀ

ଅଜବ ଫ୍ରାନ୍ସର ଗଜବ କାହାଣୀ

ଅଜବ ଫ୍ରାନ୍ସର ଗଜବ କାହାଣୀ

ନୂଆଦିଲ୍ଲୀ : ଏମିତି କିଛି ଦେଶ ରହିଛି ଯାହାର ଅଜବ ନିୟମ ଆପଣଙ୍କୁ ଚକିତ କରିଦେବ  । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେଯେ, ଫ୍ରାନ୍ସରେ ଶବ ସହ ବି ବାହାଘର ହୋଇଥାଏ  । ଏପରିକି ଏଥିପାଇଁ ରାଷ୍ଟ୍ରପତି ବି ଅନୁମତି ପ୍ରଦାନ କରିଥା’ନ୍ତି  । ରାଷ୍ଟ୍ରପତି ଏକ ବିଶେଷ କ୍ଷମତା ବଳରେ ଏଭଳି ଅନୁମତି ଦେଇଥା’ନ୍ତି  । ଏହି ବିବାହକୁ ଆଇନତଃ ବୈଧ ବୋଲି ଗ୍ରହଣ କରାଯାଇଥାଏ  ।

ଫ୍ରାନ୍ସରେ ଏମିତି ଅନେକ ନିୟମ ରହିଛି ଯାହାକି ଅନେକଙ୍କୁ ଆଶ୍ଚର୍ଯ୍ୟ କରିବ  । ଫ୍ରାନ୍ସରେ ଖାଦ୍ୟ ନଷ୍ଟ କରିବା ଏକ ଅପରାଧ ବୋଲି ବିବେଚନା କରାଯାଇଥାଏ  । ଯେଉଁଥିପାଇଁ ସେଠାରେ ହୋଟେଲରେ ଖାଦ୍ୟ ନଷ୍ଟ କରାଯାଇନଥାଏ  । ଖାଦ୍ୟ ନଷ୍ଟ କଲେ ସେଠାରେ ଅର୍ଥ ଓ ଜେଲ ଦଣ୍ଡ ବି ମିଳିବାର ଆଶଙ୍କା ରହିଛି  । ଅପ୍ରେଲ ଫୁଲ ବି ଏହି ଦେଶରୁ ଆରମ୍ଭ ହୋଇଥିଲା  । ସେହିପରି ଫ୍ରାନ୍ସର ମହିଳା ଅନ୍ୟ ଦେଶର ମହିଳାଙ୍କ ଠାରୁ ଅଧିକ ଦିନ ଜୀବିତ ରହିଥା’ନ୍ତି  । ଫ୍ରାନ୍ସରେ ହିଁ ୟୂରୋପର ସବୁଠାରୁ ଅଧିକ ମୋଟା ଲୋକ ରହୁଛନ୍ତି ବୋଲି ସର୍ଭେରୁ ଜଣାପଡ଼ିଛି  ।