ଓଡିଶା ଓ ପଶ୍ଚିମବଙ୍ଗର ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଓଡିଶା ଓ ପଶ୍ଚିମବଙ୍ଗର ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଓଡିଶା ଓ ପଶ୍ଚିମବଙ୍ଗର ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ବାଲେଶ୍ବର: ବାଲେଶ୍ବର ସୀମା ବିବାଦକୁ ନେଇ ଓଡିଶା ଓ ପଶ୍ଚିମବଙ୍ଗର ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ପଶ୍ଚିମ ମେଦିନପୁର ସର୍କିଟ ହାଉସରେ ଚାଲିଛି ଏହି ଉଚ୍ଚସ୍ତରୀୟ ବୈଠକ । ବୈଠକରେ ଜିଇଓ ଟେଗିଙ୍ଗ ମାଧ୍ୟମରେ ସୀମା ନିର୍ଦ୍ଧାରଣ ନେଇ ଆଲୋଚନା ହେବାର ରହିଛି । ତେବେ ଏନେଇ ଓଡିଶା ପକ୍ଷରୁ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ନାୟକଙ୍କ ସମେତ ବାଲେଶ୍ୱର ଉପଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ସହକାରୀ ଜିଲ୍ଲାପାଳ, ଓଡିଶା ଲ୍ୟାଣ୍ଡ ରେକର୍ଡର ଅତିରିକ୍ତ ନିର୍ଦେଶକ, ଙଜଝଝଉ ଦୁଇଜଣ ବିଶେଷଜ୍ଞ ପ୍ରମୁଖ ଯୋଗଦେଇଛନ୍ତି । ପଶ୍ଚିମବଙ୍ଗ ପକ୍ଷରୁ ୫୨ ଟି ରେଫେରେନ୍ସ ପଏଣ୍ଟ ଓ ଓଡିଶା ପକ୍ଷରୁ ୩୬ ଟି ରେଫେରେନ୍ସ ପଏଣ୍ଟ ଚିହ୍ନଟ ବିଷୟରେ ଆଲୋଚନା ହେବ । ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବାଲେଶ୍ବର ଜିଲ୍ଲା ସୀମାନ୍ତ ୮୨ ଗାଁରେ ସୀମା ବିବାଦ ରହିଛି।