ହାଇୱା ଧକ୍କାରେ ଦମ୍ପତି ମୃତ

ହାଇୱା ଧକ୍କାରେ ଦମ୍ପତି ମୃତ

ହାଇୱା ଧକ୍କାରେ ଦମ୍ପତି ମୃତ
ଗଡିଶାଗୋଦା: କଣାଣ ବ୍ଲକ ଅନ୍ତର୍ଗତ ନୂଆ ଜଗନ୍ନାଥ ଆରଦଙ୍ଗା କଲଭର୍ଟ ତଥା ବରୁଣେଇ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଡାକ୍ତର ସ୍ୱାମୀ ଓ ତାଙ୍କ ଶିକ୍ଷୟିତ୍ରୀ ପତ୍ନୀ ପ୍ରାଣ ହରାଇଛନ୍ତି । କଣାସ ବ୍ଲକ ସାହୁପଡ଼ାସ୍ଥିତ ମହାବୀର ଉପ୍ରା ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମିଶ୍ର ଓ ସ୍ୱାମୀ ଡାକ୍ତର ରମାକାନ୍ତ ଆଚାର୍ଯ୍ୟ ପୁରୀରୁ ତାଙ୍କର ଏକ ସ୍କୁଟିରେ ଅପରାହ୍ନ ୪ଟାରେ କଣାସ ବ୍ଲକ ଶିକ୍ଷା ବିଭାଗକୁ ଆସୁଥିଲେ । ମାତ୍ର ଏକ ଶହ ମିଟର ଅତିକ୍ରମ କରି ବେଣଗାଁ ରାସ୍ତାକୁ ବାହାରିବା ପୂର୍ବରୁ ଅପର ଦିଗରୁ ପୁରୀ ଅଭିମଖ୍ୟ ଯାଉଥିବା ଏକ ହାଇୱା ଧକ୍କା ଦେଇଥିଲା । ଫଳରେ, ଘଟଣା ସ୍ଥଳରେ ଡାକ୍ତର ଶ୍ରୀ ଆଚାର୍ଯ୍ୟଙ୍କର ପ୍ରାଣବାୟୁ ଚାଲିଯାଇଥିଲା ।