ଓକାକ ସିଇଓଙ୍କ ହ୍ଵାଟ୍ସଆପ ହ୍ୟାକ ଘଟଣା, ନାଇଜେରୀୟ ଠକ ଗିରଫ

ଓକାକ ସିଇଓଙ୍କ ହ୍ଵାଟ୍ସଆପ ହ୍ୟାକ ଘଟଣା, ନାଇଜେରୀୟ ଠକ ଗିରଫ

ଓକାକ ସିଇଓଙ୍କ ହ୍ଵାଟ୍ସଆପ ହ୍ୟାକ ଘଟଣା, ନାଇଜେରୀୟ ଠକ ଗିରଫ

ଭୁବନେଶ୍ୱର:ଧରାପଡିଲା ସାଇବର ଠକ। ହ୍ୱାଟ୍ସଆପ ହ୍ୟାକ କରି ଲୁଟୁଥିଲା ଟଙ୍କା। ଓକାକ୍ ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସ୍‌ ଆପ୍ ହ୍ୟାକ କରି ଟଙ୍କା ଲୁଟିବା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିବାରେ ସକ୍ଷମ ହୋଇଛି। ସମ୍ପୃକ୍ତ ଅଭିଯୁକ୍ତଜଣକ ନାଇଜେରିଆନ୍ ନାଗରିକ ହୋଇଥିବାବେଳେ ତାଙ୍କ ନାଁ ଅକ୍ୟୁଦୁରୀ ପାସ୍କେଲ ବୋଲି ଜଣାପଡିଛି।

ପୂର୍ବରୁ ତାଙ୍କର ଜଣେ ସହଯୋଗୀଙ୍କୁ ଦିଲ୍ଲୀ ପୁଲିସ୍‌ ଗିରଫ କରିଥିଲା। ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଦିଲ୍ଲୀ ପୁଲିସ୍‌ ବାଙ୍ଗାଲୋରରେ ପହଞ୍ଚି ଅକ୍ୟୁଦୁରୀଙ୍କୁ ଗିରଫ କରିଛି। ଅକ୍ୟୁଦୁରୀ ଏଟିଏମରୁ ଟଙ୍କା ଉଠାଉଥିବା ବେଳେ ପୁଲିସ ସେଠାରେ ପହଂଚି ମାଡ଼ି ବସିଥିଲା।

ଏହି ଖବର ପାଇ ବାଙ୍ଗାଲୋର ଗସ୍ତ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ । ଆବଶ୍ୟକ ହେଲେ କ୍ରାଇମବ୍ରାଞ୍ଚ ତାଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ।