ଏ ସପ୍ତାହରେ ଘୋଷଣା ହେବ ନିଟ୍ ପରୀକ୍ଷା ସୂଚୀ

ଏ ସପ୍ତାହରେ ଘୋଷଣା ହେବ ନିଟ୍ ପରୀକ୍ଷା ସୂଚୀ

ଏ ସପ୍ତାହରେ ଘୋଷଣା ହେବ ନିଟ୍ ପରୀକ୍ଷା ସୂଚୀ
ଭୁବନେଶ୍ୱର: ମେଡିକାଲ ପଢ଼ିବା ପାଇଁ ହେଉଥିବା ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ) ର କାର୍ଯ୍ୟସୂଚୀ ଚଳିତ ସପ୍ତାହରେ ଘୋଷଣା ହେବ ବୋଲି ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ)ର ମହାନିଦେ୍ର୍ଧଶକ ବିନୀତ ଯୋଶୀ ସୂଚନା ଦେଇଛନ୍ତି । ଚଳିତ ବର୍ଷ ନିଟ୍ ଥରେ ମାତ୍ର ହେବ ବୋଲି ସେ କହିଛନ୍ତି । ଜେଇଇ ମେନ ୪ ଥର ହେଉଥିବାରୁ ବହୁ ଛାତ୍ରଛାତ୍ରୀ ଓ ଅଭିଭାବକ ନିଟ ମଧ୍ୟ ଏକାଧିକ ବାର କରିବାକୁ ଦାବି କରିଥିଲେ । ମାତ୍ର ଏନଟିଏ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଛନ୍ତି । ଅପରପକ୍ଷେ ନିଟର ବିସ୍ତୃତ ତଥ୍ୟ ଏନଟିଏର ଅଫିସିଆଲ ୱେବସାଇଟ .... ରେ ଘୋଷଣା କରାଯିବ । ତାରିଖ ଘୋଷଣା ପରେ ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ । ମେଡିକାଲ ଏବଂ ଡେଣ୍ଟାଲ ପାଠ୍ୟକ୍ରମରେ ସ୍ନାତକ (ଏମବିବିଏସ/ବିଡିଏସ) ଆଡମିସନ ପାଇଁ ନିଟ ଦେଶରେ ଏକମାତ୍ର ପ୍ରବେଶିକା ପରୀକ୍ଷା । ୨୦୨୦-୨୧ ଶିକ୍ଷାବର୍ଷରୁ ଏମ୍ସ ଏବଂ ଜିପ ମରରେ ମଧ୍ୟ ନିଟ୍ ପ୍ରବେଶିକା ପରୀକ୍ଷା ଜରିଆରେ ନାମଲେଖା ହେଉଛି ।