ଏୟାର ଇଣ୍ଡିଆକୁ କିଣିବେ ପ୍ରବାସୀ ଭାରତୀୟ

ଏୟାର ଇଣ୍ଡିଆକୁ କିଣିବେ ପ୍ରବାସୀ ଭାରତୀୟ

ଏୟାର ଇଣ୍ଡିଆକୁ କିଣିବେ ପ୍ରବାସୀ ଭାରତୀୟ
ନୂଆଦିଲ୍ଲୀ: ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ପ୍ରବାସୀ ଭାରତୀୟମାନେ କିଣିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ଏସଂକ୍ରାନ୍ତୀୟ ଏକ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏୟାର ଇଣ୍ଡିଆର ୧୦୦% ଅଂଶଧନ କିଣିବା ଲାଗି ପ୍ରବାସୀ ଭାରତୀୟଙ୍କୁ ଅନୁମତି ପ୍ରଦାନ କରାଯାଇଛି । ପୂର୍ବ ନିୟମ ଅନୁସାରେ ପ୍ରବାସୀ ଭାରତୀୟଙ୍କ ପାଇଁ ଏୟାର ଇଣ୍ଡିଆର ୪୯% ଅଂଶଧନ କିଣିବାର ଅନୁମତି ରହିଥିଲା । କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ବିକ୍ରି କରିବାକୁ ଚାହୁଁଛନ୍ତି । ଏଥିପାଇଁ ବିଡ୍ ମଧ୍ୟ ଆହ୍ୱାନ କରିଝନ୍ତି । ସରକାର ସ୍ପଷ୍ଟ କରି ଦେଇଛନ୍ତି ଯେ, ପ୍ରବାସୀ ଭାରତୀୟ ୧୦୦% ଭାବେ ଏୟାର ଇଣ୍ଡିଆକୁ କିଣିପାରିବେ । କିନ୍ତୁ ବିଦେଶୀ କମ୍ପାନୀ ଅତିବେଶିରେ କମ୍ପାନୀର ୪୯% ଅଂଶଧନ ନେଇପାରିବେ । ଏୟାର ଇଣ୍ଡିଆକୁ ଭାରତୀୟ କମ୍ପାନୀ ଭାବେ ରଖିବା ଲାଗି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏୟାର ଇଣ୍ଡିଆକୁ କିଣିବା ବିଷୟରେ ଟାଟା ଗ୍ରୁପର ବିମାନ କମ୍ପାନୀ ଭିସ୍ତାରା ଆଗ୍ରହ ପ୍ରକାଶ କରିଛି । ଆଉ କିଛି କମ୍ପାନୀ ମଧ୍ୟ ବିଡ୍ ଦାଖଲ କରିବା ବିଷୟରେ ବିଚାର କରୁଛନ୍ତି । ବିଦେଶରେ ବସବାସ କରୁଥିବା ଧନୀ ଭାରତୀୟଙ୍କ ଠାରୁ ବିଡ୍ ହାସଲ କରିବା ଲାଗି ସରକାର ବୁଧବାର ପ୍ରବାସୀ ଭାରତୀୟଙ୍କ ପାଇଁ ୧୦୦% ନିବେଶ ଅନୁମତି ପ୍ରଦାନ କରିଥିବା କୁହାଯାଉଛି ।