ଏହି ଫୁଡକୋର୍ଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଏହି ଫୁଡକୋର୍ଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଏହି ଫୁଡକୋର୍ଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ଚକ୍ରତୀର୍ଥ ରୋଡରେ ଫୁଡ୍ କୋର୍ଟ ଭି-ବ୍ରାନ୍ସକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ପୁରୀ ଆସୁଥିବା ପର୍ୟ୍ୟଟକଙ୍କୁ ଉତ୍ତମ ଆତିଥେୟତା ଦେବା ସହ ସେମାନଙ୍କୁ ରୁଚି ଅନୁସାରେ ଖାଦ୍ୟ ଯୋଗାଇଦେବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶା ପର୍ୟ୍ୟଟନ ଓ ଏସ୍.ଏସ୍ consortium ଗ୍ରୁପ ସହଭାଗିତାରେ ଆରମ୍ଭ ହୋଇଛି ଏହି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ଫୁଡ୍ କୋର୍ଟ । ଏହି ଫୁଡ୍ କୋର୍ଟ v-branceର ଗୋଟିଏ ଛାତ ତଳେ ବେଙ୍ଗଲୀ ଖାଦ୍ୟକୁ ନେଇ ହାଓ୍ୱଡା ଏକ୍ସପ୍ରେସ, ଦକ୍ଷିଣ ଭାରତୀୟ ଖାଦ୍ୟକୁ ନେଇ ଚେନ୍ନାଇ ଏକ୍ସପ୍ରେସ, କଣ୍ଟିନେଣ୍ଟାଲ ଖାଦ୍ୟକୁ ନେଇ ୟୁରୋଷ୍ଟାର ଏକ୍ସପ୍ରେସ, ଚାଇନିଜ ଖାଦ୍ୟକୁ ନେଇ ଓରିଏଣ୍ଟ ଏକ୍ସପ୍ରେସ, ଭାରତୀୟ ଖାଦ୍ୟକୁ ନେଇ ହିମ୍ ସାଗର ଏକ୍ସପ୍ରେସ ଖୋଲାଯାଇଛି ।

ଏକକାଳୀନ ୩ ଶହ ପର୍ୟ୍ୟଟକ ସେମାନଙ୍କ ରୁଚି ମୁତାବକ ଖାଦ୍ୟର ମଜା ନେଇପାରିବେ । ଦଶ ହଜାର ବର୍ଗ କ୍ଷେତ୍ର ପରିମିତ ଅଞ୍ଚଳକୁ ଜନସାଧାରଣଙ୍କ ଅବସର ବିନୋଦନ ନିମନ୍ତେ ଲ୍ୟାଣ୍ଡ ସ୍କାପିଂ ବ୍ୟବସ୍ଥା କରାଯାଇଛି । ପ୍ରକଳ୍ପ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଉଦଘାଟନ ଉତ୍ସବରେ ପର୍ୟ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ହୋଟେଲ ଆସୋସିଏସନ୍ ସଭାପତି ରାମକୃଷ୍ଣ ଦାସ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, କୈଳାସ ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।