ଏହି ନେତାମାନଙ୍କୁ ପଦ୍ମପୁର ଉପନିର୍ବାଚନ ପ୍ରଚାରରୁ ବାଦ୍ ଦେବାକୁ ଦାବି କଲା ବିଜେଡି

ଏହି ନେତାମାନଙ୍କୁ ପଦ୍ମପୁର ଉପନିର୍ବାଚନ ପ୍ରଚାରରୁ ବାଦ୍ ଦେବାକୁ ଦାବି କଲା ବିଜେଡି

ଏହି ନେତାମାନଙ୍କୁ ପଦ୍ମପୁର ଉପନିର୍ବାଚନ ପ୍ରଚାରରୁ ବାଦ୍ ଦେବାକୁ ଦାବି କଲା ବିଜେଡି


ଭୁବନେଶ୍ଵର : ବିଜେପିର ୪ ନେତା କୁସୁମ ଟେଟେ, କାଳନ୍ଦି ସାମଲ, ପିଙ୍କି ପ୍ରଧାନ, ଠାକୁର ରଣଜିତ୍ ଦାସ ପଦ୍ମପୁରରେ ହିଂସା ଆଚରଣ କରୁଥିବା ଅଭିଯୋଗ ଆଣିଲା ବିଜେଡି। ଏହି ନେତାମାନଙ୍କୁ ପଦ୍ମପୁର ଉପନିର୍ବାଚନ ପ୍ରଚାରରୁ ବାଦ୍ ଦେବାକୁ ଦାବି କଲା ବିଜେଡି। ପଦ୍ମପୁର ଉପନିର୍ବାଚନ ନେଇ ବିଜେଡି ସାଂସଦ ସସ୍ମିତ ପାତ୍ର ପ୍ରେସ୍ ମିଟ୍ କରିଛନ୍ତି। 

ସସ୍ମିତ ପାତ୍ର କହିଛନ୍ତି ଯେ, ବିଜେପି ଶାନ୍ତି, ମୈତ୍ରୀରେ ବିଶ୍ୱାସ କରେନି । ଓଡ଼ିଶାକୁ ୟୁପି ଓ ବିହାର କରିବାକୁ ଚାହୁଁଛି । ହିଂସାକୁ ଚରମ ସୀମାକୁ ନେଇ ଗଲାଣି ବିଜେପି । ପଦ୍ମପୁରର ଗୋଟେ ବ୍ୟବସାୟ ପ୍ରତିଷ୍ଠାନରେ ଜିଏସଟି ରେଡ୍ ବେଳେ ବିଜେପିର ନେତା କାଳନ୍ଦୀ ସାମଲ, ପିଙ୍କି ପ୍ରଧାନ, ଠାକୁର ରଣଜିତ୍ ଦାସ ରେଡ୍ କରୁଥିବା ଅଧିକାରୀଙ୍କୁ ହଇରାଣ କରିଛନ୍ତି । ସେମାନଙ୍କ କାର୍ୟ୍ୟରେ ବାଧା ସୃଷ୍ଟି କରିଥିଲେ । ଯାହାକି ନିନ୍ଦନୀୟ । ଜିଏସଟି ରେଡ୍ ସାରି ଫେରୁଥିବା ବେଳେ ଜଣେ ମହିଳା ଅଧିକାରୀଙ୍କୁ ବିଜେପି କର୍ମୀମାନେ ମାଡପିଟ୍ କଲେ । ହଇରାଣ କଲେ । ବିଜେପିର ନେତା ଦିଲ୍ଲୀପ ସେନାପତି ଟଙ୍କା ବାଣ୍ଟୁ ଥିବା ବେଳେ ଗାଁ ଲୋକଙ୍କ ଦ୍ୱାରା ଧରା ପଡ଼ିଥିଲେ । ତେଣୁ ତାଙ୍କୁ ବଞ୍ଚାଇବା ଲାଗି ବିଜେପି ତାଙ୍କୁ ଅପହରଣ କରିଥିବା ନେଇ ମିଥ୍ୟା ମାମଲା ଦେଇଛି। ବିଜେପି ନେତ୍ରୀ କୁସୁମ ଟେଟେ ଜିଏସଟି ରେଡ୍ କରୁଥିବା ଅଧିକାରୀଙ୍କୁ ହଇରାଣ କରିଛନ୍ତି । ତେଣୁ ସେମାନଙ୍କୁ ପଦ୍ମପୁର ଉପନିର୍ବାଚନରୁ ବାଦ୍ ଦେବାକୁ ଦାବି କରିଛି ବିଜେଡି।