ଏହି ଦିଗରେ ଭୁଲ୍‌‌ରେ ମଧ୍ୟ ରଖନ୍ତୁ ନାହିଁ ଝାଡୁ

ଏହି ଦିଗରେ ଭୁଲ୍‌‌ରେ ମଧ୍ୟ ରଖନ୍ତୁ ନାହିଁ ଝାଡୁ

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଝାଡୁ ରଖିବା ସମୟରେ କିଛି ଜିନିଷ ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ। ଝାଡୁ ସହ ଜଡିତ ଗୋଟିଏ ଭୁଲ୍‌‌ ମଧ୍ୟ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ସୁଖଶାନ୍ତି ମଧ୍ୟ ଜୀବନରୁ ଦୂର ହୋଇଯାଏ।

ବାସ୍ତ ଅନୁଯାୟୀ, ଘରେ ଝାଡୁ କରିବା ପରେ ଝାଡୁକୁ ସଠିକ୍‌‌ ଦିଗରେ ରଖିବା ଜରୁରୀ। ଝାଡୁକୁ କଦାପି ଘରର ଉତ୍ତର-ପୂର୍ବ ଦିଗ ଐଶାନ୍ୟ କୋଣରେ ରଖନ୍ତୁ ନାହିଁ। ଉତ୍ତର-ପୂର୍ବ ଦିଗ ଐଶାନ୍ୟ କୋଣରେ ଦେବୀ-ଦେବତାଙ୍କ ଦିଗ ବୋଲି ମାନ୍ୟତା ରହିଛି।

ଏହି ଦିଗରେ ଝାଡୁ ରଖିବା ଦ୍ୱାରା ଦେବୀ-ଦେବତାଙ୍କ ଆଗମନ ହୋଇନଥାଏ ବୋଲି କୁହାଯାଏ।

ଝାଡୁକୁ ସର୍ବଦା ଘରର ଦକ୍ଷିଣ କିମ୍ବା ପଶ୍ଚିମ-ଦକ୍ଷିଣ ଦିଗରେ ରଖିବା ଉଚିତ୍‌‌।