ଭୂତ ଭୟରେ ଏହି ଦେଶର ପ୍ରଧାନମନ୍ତ୍ରୀଙ୍କ ବାସଭବନ ୯ ବର୍ଷ ହେଲା ଖାଲି ରହିଛି

ଭୂତ ଭୟରେ ଏହି ଦେଶର ପ୍ରଧାନମନ୍ତ୍ରୀଙ୍କ ବାସଭବନ ୯ ବର୍ଷ ହେଲା ଖାଲି ରହିଛି

ଭୂତ ଭୟରେ ଏହି ଦେଶର ପ୍ରଧାନମନ୍ତ୍ରୀଙ୍କ ବାସଭବନ ୯ ବର୍ଷ ହେଲା ଖାଲି ରହିଛି
ସାଧାରଣତଃ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଭଳି ଦେଶର ସର୍ବୋଚ୍ଚ କ୍ଷମତାଧାରୀ ଲୋକଙ୍କର ସରକାରୀ ବାସଭବନକୁ ନେଇ ଲୋକଙ୍କ ମନରେ ଏକ କୌତୁହଳ ଥାଏ । ତା’ଭିତରେ ସାଜସଜ୍ଜା କେଉଁଭଳି, ସେଠାରେ କଣ କଣ ସୁବିଧା ରହିଛି ଲୋକେ ଜାଣିବାକୁ ଉତ୍ସୁକ ରହନ୍ତି । କିନ୍ତୁ ଜାପାନରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ବିଗତ ୯ ବର୍ଷ ହେଲା ଖାଲି ପଡ଼ିଛି । ‘ଦ ଇଣ୍ଡିପେଣ୍ଡେଣ୍ଟ‘ର ଏକ ରିପୋର୍ଟ ଅନୁସାରେ ନିକଟରେ ଜାପାନର ବିରୋଧୀ ଦଳର ନେତା ଯୋଶିହିକୋ ନୋଡା ପ୍ରଶ୍ନ କରିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ବାସଭବନ ଖାଲି ରହିଛି । କିନ୍ତୁ ତା’ର ରକ୍ଷଣାବେକ୍ଷଣରେ ପ୍ରତିବର୍ଷ ୧୧ କୋଟି ଟଙ୍କା ଖର୍ଚ୍ଚ ହେଉଛି । ପ୍ରଧାନମନ୍ତ୍ରୀ ଯୋଶିହିଦେ ସୁଗା ସେଠାକୁ ସିଫ୍ଟ ହେବାରେ ସମସ୍ୟା କ’ଣ ବୋଲି ସେ ପ୍ରଶ୍ନ କରିଥିଲେ । ସରକାରୀ ଦଳ ପକ୍ଷରୁ ଏହାର କୌଣସି ଉତ୍ତର ରଖାଯାଇନଥିବା ବେଳେ ଭୁତ ଭୟ ଯୋଗୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ‘ସୋରି କୋଟେଇ’ ଖାଲି ପଡ଼ିଥିବା ଚର୍ଚ୍ଚା ଚାଲିଛି । ‘ସୋରି କୋଟେଇ’ ୧୯୨୯ ମସିହାରେ ନିର୍ମିତ ହୋଇଥିଲା । ପ୍ରାୟ ୭୦୦୦ ବର୍ଗ ମିଟର ଅଞ୍ଚଳରେ ଏହା ପରିବ୍ୟାପ୍ତ । ତେବେ ଏହାର ଇତିହାସ ଖୁବ ହିଂସକ । ୧୯୩୨ ମସିହାରେ କ୍ଷମତା ଦାଖଲ ପାଇଁ ଉଦ୍ୟମ ମଧ୍ୟରେ ତକ୍ରାଳୀନ ପ୍ରଧାନମନ୍ତ୍ରୀଙ୍କୁ ନୌସେନା ଅଧିକାରୀଙ୍କ ଏକ ସମୂହ ଗୁଳି କରି ଦେଇଥିଲେ । ୪ ବର୍ଷ ପରେ ପୁଣି ପ୍ରଧାନମନ୍ତ୍ରୀ ଓକଡାଙ୍କ ଭିଣୋଇ ସମେତ ୪ ଜଣଙ୍କୁ ସେଠାରେ ହତ୍ୟା କରାଯାଥଇଥିଲା । ଏହି ଘଟଣା ପରେ ଭୂତ ଭୟ ଯୋଗୁଁ ‘ସୋରି କୋଟେଇ’ ପ୍ରାୟ ୩୨ ବର୍ଷ ଧରି ଖାଲି ପଡ଼ିଥିଲା । ୧୯୬୮ ମସିହା ପରେ ପ୍ରଧାନମନ୍ତ୍ରୀ ଅନ୍ୟ ପ୍ରଧାନମନ୍ତ୍ରୀ ମାନେ ରହିଥିଲେ । ତେବେ ୨୦୧୨ ରେ ସିଞ୍ଜୋ ଆବେ ପ୍ରଧାନମନ୍ତ୍ରୀ ହେବା ପରେ ସେହି ଘରେ ରହି ନଥିଲେ । ତା ପରେ ଯୋଶିହିଦେ ସୁଗା ଜାପାନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସେ କ୍ଷମତାକୁ ଆସିବାର ୮ ମାସରୁ ଊଦ୍ଧ୍ୱର୍ ସମୟ ହୋଇଯାଇଥିବା ବେଳେ ‘ସୋରି କୋଟେଇ’ ରେ ନ ରହି ଅନ୍ୟ ଏକ ବିଲଡିଂରେ ରହୁଛନ୍ତି ।