ଏହା ଖାଇଲେ ନିଦ ଆସେ...
ଏହା ଖାଇଲେ ନିଦ ଆସେ...
ଏମିତି ବି କେତେକ ଖାଦ୍ୟ ଅଛି ଯାହାକୁ ଖାଇବାମାତ୍ରେ ନିଦ ଆସେ । ଆମମାନଙ୍କ ଭିତରୁ ଅନେକ ଲୋକଙ୍କର ଏପରି ଧାରଣା ଯେ ଖାଇ ସାରିଲେ ଶୋଇବା ସ୍ୱାସ୍ଥ୍ୟପକ୍ଷେ ଭଲ । ଆଉ କିଛି ଲୋକ ମନେ କରନ୍ତି ଯେ ଖାଇ ଶୋଇଲେ ବଢଇ ଆୟୁ । କେତେକ ଲୋକ କୁହନ୍ତି ଯେ ଖାଇବା ପରେ ସେମାନଙ୍କୁ ନିଦ ମାଡିଥାଏ । ଲଂଚ ବା ଡିନର କରିବା ପରେ ଏତେ ନିଦ କେଉଁଠୁ ଆସେ କେଜାଣି, ମନ ଚାହେଁ ଶୋଇ ପଡିବାକୁ । କୌଣସି କାମରେ ମନ ଲାଗେ ନାହିଁ । କେତେକ ଲୋକ ଲଂଚ ପରେ ଅଫିସରେ ଚେୟାର ଉପରେ ଶୋଇ ଯାଆନ୍ତି ତ ଆଉ କେତେକ ଲୋକ ଘରେ ଖଟରେ ସାଙ୍ଗେସାଙ୍ଗେ ଗଡିଯାନ୍ତି । ତେବେ ଜାଣନ୍ତି କାହିଁକି ମଧ୍ୟାହ୍ନ ଭୋଜନ ପରେ ନିଦ ମାଡେ? ଏହା ବି ଆପଣଙ୍କ ଖାଦ୍ୟର ପାର୍ଶ୍ୱ ପ୍ରତିକ୍ରିୟା । ଯେଭଳି ଖାଦ୍ୟ ଖାଇବେ ସେଭଳି ସ୍ୱାସ୍ଥ୍ୟ ହେବ ।
ପନିର୍, ଛେନା, ସାମୁଦ୍ରିକ ଖାଦ୍ୟ ଡାଲି ଆଦି ଖାଦ୍ୟ ଖାଇଲେ, ଖାଇବା ପରେ ତତକ୍ଷଣାତ୍ ନିଦ ମାଡି ଆସେ । ଏ ସବୁ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀରର ଶିରା ପ୍ରଶିରା କମ୍ ସକ୍ରିୟ ହୋଇଥାଏ ଓ ଧୀରେ ଧୀରେ ନିଦ ଆମକୁ କବଳିତ କରିଥାଏ ।
ଖାଦ୍ୟ ଗ୍ରହଣ ପରେ ଯେତେବେଳେ ହଜମ କ୍ରିୟା ଆରମ୍ଭ ହୁଏ, ସେତେବେଳେ ଆମର ପେଟକୁ ଅଧିିକ ରକ୍ତର ଆବଶ୍ୟକତା ପଡେ । ହୃଦୟରୁ ଯେଉଁ ରକ୍ତ ଆସିଥାଏ, ତାହାର ୨୮ ପ୍ରତିଶତ ଯକୃତକୁ , ୨୪ ପ୍ରତିଶତ ଫୁସଫୁସକୁ,୧୫ ପ୍ରତିଶତ ମାଂସପେଶୀକୁ, ୧୪ ପ୍ରତିଶତ ମସ୍ତିଷ୍କକୁ ଓ ୧୯ ପ୍ରତିଶତ ଶରୀରର ଅବଶିଷ୍ଟ ଅଙ୍ଗକୁ ଯାଇଥାଏ । ଖାଦ୍ୟ ଗ୍ରହଣ ସମୟରେ ମସ୍ତିଷ୍କରେ ରକ୍ତର ମାତ୍ରା କମ୍ ହୋଇ ଯାଇଥାଏ, ଯେଉଁ କାରଣରୁ ବ୍ୟକ୍ତିକୁ ନିଦ ମାଡିଥାଏ ।
ଯଦି ଭୋଜନରେ ବେଶି ମିଠା ଜିନିଷ ଖାଉଥାଉ , ତେବେ ଅନ୍ତ୍ୟାଶୟ ଇନସୁଲିନର ଉପôାଦନ କରିଥାଏ । ଏହା ରକ୍ତରେ ମିଶିଯାଏ । ଟ୍ରିପଟୋଫନ ହେଉଛି ମସ୍ତିଷ୍କରେ ଥିବା ଏକ ଅମ୍ଳ ଯାହା ପାଚନ କ୍ରିୟାକୁ କ୍ଷିପ୍ର କରିଥାଏ । କ୍ଷିପ୍ର ହେବା କାରଣରୁ ମଧ୍ୟାହ୍ନ ଭୋଜନ ପରେ ନିଦ ମାଡେ ବୋଲି କୁହାଯାଇଛି ।




admin 