ଶଙ୍କରାଚାର୍ଯ୍ୟଙ୍କ କଡ଼ା ଟିପ୍ପଣୀ

ଶଙ୍କରାଚାର୍ଯ୍ୟଙ୍କ କଡ଼ା ଟିପ୍ପଣୀ

ଶଙ୍କରାଚାର୍ଯ୍ୟଙ୍କ କଡ଼ା ଟିପ୍ପଣୀ
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ୟ୍ୟ ସ୍ୱାମୀ ନିଶ୍ଚଳାନନ୍ଦ । ସେ କହିଛନ୍ତି, ତୀର୍ଥଭୂମିକୁ ଭୋଗଭୂମି ଓ ସୁରାସୁନ୍ଦରୀ କେନ୍ଦ୍ର କରାଯାଉଛି । ତୀର୍ଥସ୍ଥଳୀର ଅସ୍ତିତ୍ୱକୁ ଲୋପ କରାଯାଉଛି । ଏହା ସମ୍ବିଧାନର ଧାରାକୁ ମଧ୍ୟ ବିରୁଦ୍ଧାଚରଣ କରୁଛି । ମୋ ଦାୟିତ୍ୱ ବର୍ତ୍ତମାନ, ଭବିଷ୍ୟତ, ଅତୀତକୁ ଦେଖି ଯାହା କହିବା କଥା କହିବି । ଓଡ଼ିଶାରେ ରାଜନୈତିକ ଦଳ କିଏ ଅଛନ୍ତି ବୋଲି ପଚାରି ରାଜ୍ୟ ସରକାରଙ୍କୁ ତେରେଛା ବାଣ ମାରିଛନ୍ତି ଶଙ୍କରାଚାର୍ୟ୍ୟ । ବିଜେପି ମିଶିକରି ଚାଲୁଛି ହେଲେ କଂଗ୍ରେସ ଆଉ କଣ ଅଛି ବୋଲି ପଚାରିଛନ୍ତି ଶଙ୍କରାଚାର୍ୟ୍ୟ । କେବଳ ସେତିକି ନୁହେଁ, ସେ କହିଛନ୍ତି ଏଠାରେ ସରକାରଙ୍କ ଧାରଣା ଅଛି ତାଙ୍କ ପାଖରେ ଲୋକମତ ଅଛି । ବର୍ଷ ବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ଶାସନ କରୁଛନ୍ତି । ତାଙ୍କୁ ଯେବେ ଲାଗିବ ଲୋକମତ ତାଙ୍କ ବିରୋଧରେ ଯାଇପାରେ, ସେବେ ସେ ମାନିବେ । ତା ପୂର୍ବରୁ ଏମାନେ ମାନିବେ ନାହିଁ । ମୁଁ ଯାହା କୁହେ ନିର୍ଭୟରେ କୁହେ, ଇନ୍ଦ୍ର ବି ମୋ’ ଉପରେ ଚାପ ପକାଇ ପାରିବେନି । ସେମାନେ ମୋତେ ଡରନ୍ତି, ସେଥିପାଇଁ ମୁଁ ନ ଥିଲା ବେଳେ କାମ କରନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିବା ଜଗଦଗୁରୁ ଶଙ୍କରାଚାର୍ୟ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ଏଭଳି ବର୍ଷିଛନ୍ତି । ସୂଚନାଯୋଗ୍ୟ, ଦିନକୁ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିବାଦ ଘନେଇବାରେ ଲାଗିଛି ।